
ଅଫିସ ବ୍ରେକରେ ସେକ୍ସ କରିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ
କାମ ବେଳେ ସେକ୍ସ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅଫିସ କାମ…
କାମ ବେଳେ ସେକ୍ସ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅଫିସ କାମ ବେଳେ ହେଉଥିବା ଲଞ୍ଚ ଓ କଫି ବ୍ରେକ ବେଳେ କର୍ମଚାରୀମାନେ ସେକ୍ସ କରିବା ଦରକାର ବୋଲି ସେ କହିଛନ୍ତି। ରୁଷରେ ଜନ୍ମ ହାର କମିବାକୁ ଲାଗିଥିବାରୁ ପୁଟିନ ଏଭଳି ପରାମର୍ଶ ଦେଇଛନ୍ତି। ମେଟ୍ରୋରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରୁଷରେ ବର୍ତ୍ତମାନ ଜନ୍ମ ହାର ପ୍ରତି ମହିଳା ପିଛା ୧.୫ ରହିଛି। ଜନସଂଖ୍ୟାରେ ସ୍ଥିରତା ପାଇଁ…
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ବିଧାୟକ ସଞ୍ଜୟ ଗାଏକ୍ୱାଡ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଜିଭ ଯିଏ କାଟିବ, ତାଙ୍କୁ ସେ ୧୧ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦେବେ ବୋଲି ଘୋଷଣା କରିଛନ୍ତି। ସଂରକ୍ଷଣକୁ ନେଇ ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ବୟାନ ବିରୋଧରେ ବିଧାୟକ ଗାଏକ୍ୱାଡ ଏପରି ଘୋଷଣା କରିଛନ୍ତି। ସଞ୍ଜୟ ଗାଏକ୍ୱାଡ କହିଛନ୍ତି, “ଭାରତରେ ସଂରକ୍ଷଣ ଶେଷ କରିବାକୁ ରାହୁଲ…
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏଥିପାଇଁ ରାଜଧାନୀର ଜନତା ମୈଦାନରେ କରାଯାଇଛି ଭବ୍ୟ ଆୟୋଜନ। ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ 4ଟି ସେଡ୍ କରାଯାଇଛି। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା ,ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୁଲିସ…
ନୂଆଦିଲ୍ଲୀ: ଦିଲ୍ଲୀକୁ ପୁଣି ଥରେ ଡେଙ୍ଗୁ ଫେରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ଅନୁଯାୟୀ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଲୋକ ନାୟକ ହସ୍ପିଟାଲରେ ଘଟିଛି। ସେହିପରି ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସଫଦରଜଙ୍ଗ ହସ୍ପିଟାଲରେ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ନିୟନ୍ତ୍ରଣ ନ କଲେ ହୁଏତ ଆଗାମୀ…
ଅଟୱା: କାନାଡ଼ାରେ ୬.୬ ତୀବ୍ରତାଯୁକ୍ତ ବଡ଼ ଧରଣର ଭୂକମ୍ପ ଘଟିଛି। କାନାଡ଼ାର ବ୍ରିଟିଶ କଲମ୍ବିଆରେ ପ୍ରଶାନ୍ତ ମହାସାଗର ଉପକୂଳରେ ଏହି ଭୂକମ୍ପ ଘଟିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ) ଭାରତୀୟ ସମୟ ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ବ୍ରିଟିଶ କଲମ୍ବିଆର ଉପକୂଳବର୍ତ୍ତୀ ସହର ପୋର୍ଟ ମ୍ୟାକନିଲ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଲୋକଙ୍କୁ ଆତଙ୍କିତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।…
ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ସୃଷ୍ଟିକର୍ତ୍ତା । ଆଜି ସେହି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି। ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପରେ ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା।…
ନୂଆଦିଲ୍ଲୀ: ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ। ସେ କହିଛନ୍ତି, “ମୁଁ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ସେମାନଙ୍କର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ…
ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଶ୍ୱର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ରେକର୍ଡ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସୋଶାଲ ମିଡିଆ ପ୍ଲାଟଫର୍ମରେ ରଚିଛନ୍ତି। ସେ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମରେ 100 କୋଟି ଫଲୋର୍ସରେ ପହଞ୍ଚିବାରେ ପ୍ରଥମ ବ୍ୟକ୍ତି ହୋଇ ପାରିଛନ୍ତି। ବର୍ତ୍ତମାନ ସୋଶାଲ ମିଡିଆରେ ରୋନାଲ୍ଡୋଙ୍କର 100 କୋଟି ଫଲୋର୍ସ ଅଛନ୍ତି, ଯାହା ଅନ୍ୟ କୌଣସି ବ୍ୟକ୍ତିଙ୍କର ନାହାନ୍ତି। ରୋନାଲ୍ଡୋଙ୍କର ସର୍ବାଧିକ ଫଲୋର୍ସ ବା ଅନୁସରଣକାରୀ ଇନଷ୍ଟାଗ୍ରାମରେ ଅଛନ୍ତି। ରିପୋର୍ଟ ଅନୁସାରେ,…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍ରୁ ବାହାରିବା ବାଟ ସଫା ହୋଇଯାଇଛି। ବହୁ ପ୍ରତୀକ୍ଷା ପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଫଳରେ ପ୍ରାୟ ୬ ମାସ ପରେ ଜେଲ୍ରୁ ମୁକୁଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଇଡି ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଉକ୍ତ…
ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ଏହି ଟେକ୍ନୋଲୋଜି ମାଧ୍ୟମରେ କେବଳ ବର୍ଷା ନୁହେଁ, ବରଂ କୁଆପଥର ଏବଂ ବଜ୍ରପାତକୁ ମଧ୍ୟ ରୋକାଯାଇ ପାରିବ। ଏହି ପ୍ରୋଜେକ୍ଟର ନାମ ‘ମିଶନ ମୌସମ’ ରଖାଯାଇଛି, ଯାହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୦୦୦…