ଆଜି ଦାରୁବ୍ରହ୍ମଙ୍କ ନୀଳାଦ୍ରି ବିଜେ, ଜାଣନ୍ତୁ ନୀତି ନିର୍ଘଣ୍ଟ

on2
Please follow and like us:

 ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆଜି ଦାରୁବ୍ରହ୍ମଙ୍କ ନୀଳାଦ୍ରି ବିଜେ କରାଯିବ।  ନବଦିନ ବ୍ୟାପି ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ଚତୁର୍ଦ୍ଦାମୂର୍ତ୍ତି। ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ ପହଣ୍ତି ଆରମ୍ଭ ହେବ। ରଥ ଉପରେ ଠାକୁରଙ୍କ ସଂନ୍ଧ୍ୟା ଆଳତୀ ଏବଂ ସଂନ୍ଧ୍ୟା ଧୂପପରେ ଚାରମାଳ ବନ୍ଧାଯିବ। ପାଳିକା ସେବକ ସିଂହାସନ ମାଜଣା କରିବେ। ଏହାପରେ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରଯାଇ ଆରମ୍ଭ ହେବ  ନିଳାଦ୍ରୀ ବିଜେ। ଏନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ତରଫରୁ  ମିଳିଥିବା ପୂର୍ବ ସୂଚନା ଅନୁସାରେ ଅପରାହ୍ନ ୪ଟା ରେ ଶ୍ରୀଜିଉଙ୍କ ପହଣ୍ତି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ।  ଏହାପରେ ରତ୍ନ ସିଂହାସନରେ ଦଇତାପତି ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ତୁଆ ନୀତି ସମ୍ପନ୍ନ ହେବ। ଚାରମାଳ ଫିଟାଯିବା ପରେ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିବେ।  ଚକାପୋଛା କରାଯିବା ସହ ସିଂହାସନ ଧୂଆଯିବ।  ଶ୍ରୀମାଧବ, ଶ୍ରୀଦେବୀ ଏବଂ ଭୂଦେବୀ ସିଂହାସନକୁ ବିଜେ କରିବେ। ଦାରୁବ୍ରହ୍ମଙ୍କ ମହାସ୍ନାନ କରାଯାଇ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା,ବଡ଼ ସିଂହାର ବେଶ,ବଡ ସିଂହାର ଭୋଗ, ଏବଂ ରାତ୍ରୀ ପହୁଡ଼ କରାଯିବ।  ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ଲକ୍ଷ୍ମୀ ନାରାୟଣ କଳି ହେବାର ପରମ୍ପରା ରହିଛି। କାଳିଆ ଠାକୁର ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ।  ଯାହା ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ।  ଏହି ରସଗୋଲା ଭୋଗ ହେବା ପରେ ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ପାଇଁ ସିଂହଦ୍ଵାର ଖୋଲିଥାଆନ୍ତି ମହାଲକ୍ଷ୍ମୀ ।

Please follow and like us:

Leave a Reply

Your email address will not be published. Required fields are marked *