ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

onl1
Please follow and like us:

ଅନୁଗୁଳ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ବଏଜା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଧଉରାପାଲି ପଞ୍ଚାୟତ ବଏଜା ଗ୍ରାମର ଆର୍ତ୍ତ ମିର୍ଦ୍ଧା (୪୦) ଏବଂ ବାମୁର ପଂଚାୟତ ରେଙ୍ଗାଳବେଡ଼ା ଗ୍ରାମର ରୀନା ମାହାର (୩୦) ପାଇଖାନା ଟାଙ୍କି ଭିତରେ ପଶି କାମ କରୁଥିଲେ l କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଉଭୟଙ୍କର ମୃତ ହୋଇଥିଲାl ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି କିଶୋରନଗର ମେଡିକାଲକୁ ଆଣିଥିଲେ l ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେl

Please follow and like us:

Leave a Reply

Your email address will not be published. Required fields are marked *