ବଡ଼ ଧରଣର ଏନକାଉଣ୍ଟର:-

2
Please follow and like us:

ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି।

ମହାରାଷ୍ଟ୍ର ଗଡ଼ଚିରୋଲି ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଗଡ଼ଚିରୋଲି ଏସ୍‌ପି କହିଛନ୍ତି, ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରିଛି। ୩ଟି ଏକେ ୪୭, ୨ଟି ଇନ୍‌ସାସ୍‌ ରାଇଫଲ, ଗୋଟିଏ କାରବାଇ ଓ ଗୋଟିଏ ଏସ୍‌ଏଲ୍‌ଆର ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି।

ଏସ୍‌ପି କହିଛନ୍ତି, ଆଜି ଅପରାହ୍ନରେ ଏହି ଏନ୍‌କାଉଣ୍ଟର ହୋଇଥିଲା। C60 କୋମାଣ୍ଡୋ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୬ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ଏଥିରେ C60ର ଜଣେ ସବ୍‌-ଇନ୍ସପେକ୍ଟର ଓ ଜଣେ ଯବାନ ଆହତ ହୋଇଛନ୍ତି। ସେମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନାଗପୁର ସ୍ଥାନାନ୍ତର କରାଯାଇଥିଲା।

Please follow and like us:

Leave a Reply

Your email address will not be published. Required fields are marked *