ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି : ମୁସଲିମ ବିବାହ ଓ ଛାଡପତ୍ର ଆଇନ ରଦ୍ଦ

on1
Please follow and like us:

ଆଇନ ସମାପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ଵଶର୍ମା କହିଛନ୍ତି ,ଏହି ଆଇନକୁ ରଦ୍ଦ କରିବାର ଉଦ୍ଦେଶ୍ୟ ଲିଙ୍ଗଗତ ନ୍ୟାୟ ଓ ବାଲ୍ୟବିବାହ ପ୍ରଥାକୁ ଉଚ୍ଛେଦ କରିବା।ଆସାମ ମୁସଲିମ ବିବାହ ଓ ତଲାକ  ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରି ଦିଆଯାଇଛି

ଆସିବାକୁ ଥିବା ନୂଆ ଆଇନରେ  ମୁସଲମାନ ବିବାହ ପଞ୍ଜିକରଣ ୧୮ରୁ ୨୧ ବର୍ଷର ଆଇନଗତ ସୀମା ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ୮୦ ପ୍ରତିଶତ ବାଲ୍ୟ ବିବାହ ସଂଖ୍ୟାଲଘୁ ସମୂଦାୟରେ ହେଉଛି ୨୦ ପ୍ରତିଶତ ବହୁ ସଂଖ୍ୟକ ସମୂଦାୟରେ ହେଉଛି। ବାଲ୍ୟବିବାହକୁ ତେବେ ଏହାକୁ ଆମେ ଧାର୍ମିକ ଦୃଷ୍ଟିକୋଣରୁ ଦେଖୁ ନାହୁଁ, ଆମେ ଚାହୁଁ ଲିଙ୍ଗଗତ ନ୍ୟାୟ ହେଉ ଓ ବାଲ୍ୟ ବିବାହ ନ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ବାଲ୍ୟ ବିବାହ ବିରୋଧରେ ଅତିରିକ୍ତ ସୁରକ୍ଷା ଉପାୟ କରି ଆମ ଭଉଣୀ ଓ ଝିଅଙ୍କ ପ୍ରତି ନ୍ୟାୟ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେଇଛୁ। ଏଣୁ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆସାମ ରଦ୍ଦ ବିଧେୟକ ୨୦୨୪ ମାଧ୍ୟମରେ ମୁସଲମାନ ବିବାହ ଓ ତଲାକ୍ ପଞ୍ଜିକରଣ ଅଧିନିୟମ ୧୯୩୫କୁ ନିରସ୍ତ କରିଛୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇନର ଉଦ୍ଦେଶ୍ୟ ଆସାମ – ମୁସଲିମ ବିବାହ ଓ  ତଲାକ ଆକ୍ଟ ୧୯୩୫ ଓ ମୁସ୍କିମ ବିବାହ ଓ ତଲାକ ରେଜିଷ୍ଟ୍ରେସନ୍ ନିୟମ ୧୯୩୫କୁ ସମାପ୍ତ କରିବା।

Please follow and like us:

Leave a Reply

Your email address will not be published. Required fields are marked *