ଶଙ୍ଖ ଭବନକୁ ‌ନେଇ କେଁ: ରାଜ୍ୟବାସୀଙ୍କ କେଉଁ ସ୍ୱାର୍ଥରେ ଲାଗୁଛି ଶଙ୍ଖ ଭବନ?

on1
Please follow and like us:

ଭୁବନେଶ୍ୱରର ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରେ ବିଜେଡିର ରାଜ୍ୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି ।ୟୁନିଟ-୬ରେ ନିର୍ମାଣ ହୋଇଥିବା ବିଜେଡିର ମୁଖ୍ୟାଳୟ ‘ଶଙ୍ଖ ଭବନ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ମୋଟ୍ ୪ଟି ପ୍ଲଟ୍ ଯଥା ପ୍ଲଟ୍ ନଂ-୭୯୭ର ଆଂଶିକ, ୮୦୦, ୭୯୭/୮୪୯ ଏବଂ ୭୯୮ର ଆଂଶିକର ୧ଏକର ୧୮୩ଡିସିମିଲ ଜମି ବିଜେଡି ମୁଖ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ପ୍ଲଟ୍ ନଂ-୭୯୮ର କିସମ ହେଉଛି ସଡ଼କ। ସଡ଼କ କିସମ ଜମି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହାକୁ କିପରି ବିଜେଡିକୁ ଲିଜ୍ ଦିଆଗଲା ଏବଂ ଏହା ଉପରେ ବିଜେଡିର ମୁଖ୍ୟାଳୟ ନିର୍ମାଣ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏପରିକି ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ବେଞ୍ଚମାର୍କ ମୂଲ୍ୟ ଠାରୁ କମ୍‌ ଦାମ୍‌ରେ ବିଜେଡିକୁ ଦିଆଯାଇଛି ବୋଲି ଅଭିଯୋଗ ହେଉଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଶଙ୍ଖ ଭବନ ନିର୍ମାଣରେ ଆଇନ ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ। ପୂର୍ବ ସରକାରରେ ଅଫିସରମାନଙ୍କର ରାଜତ୍ୱ ଚାଲିଥିଲା। ସେମାନେ ଯାହା ଚାହୁଁଥିଲେ, ସେୟା କରୁଥିଲେ। ରାଜନୈତିକ ଲୋକମାନେ ଚଉକି ଲଗାଉଥିଲେ, ଆଉ ଅଫିସରମାନେ ଚଉକିରେ ବସି ଭାଷଣ ଦେଉଥିଲେ। ଯେତେ ଭୁଲ୍ କରିଛନ୍ତି ଜାଣି ଜାଣି କରି ଭୁଲ୍ କରିଛନ୍ତି। ଓଡ଼ିଶାକୁ କ୍ଷତିରେ ପକାଇଛନ୍ତି।

 ଶଙ୍ଖ ଭବନକୁ ଦିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗର ଜମିର ‘କିସମ’ ସଡ଼କକୁ ବେଆଇନ ଭାବେ ‘ଘରବାରି’କୁ ପରିବର୍ତ୍ତନ ହୋଇଥିବା ନେଇ ଅଭିଯୋଗ ହେବାପରେ ତା’ର ତଦନ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *