ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪: ବେକାରି ୧୦%କୁ ଖସିଲା

on9
Please follow and like us:

ଦେଶରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର କୋଭିଡ୍ ମହାମାରୀ ପରେ ନିରନ୍ତର ଭାବେ ହ୍ରାସ ପାଉଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଛି। ୨୦୧୭-୧୮ରେ ଏହି ହାର ୧୭.୮ ପ୍ରତିଶତ ଥିଲା ଯାହା ୨୦୨୨-୨୩ ସୁଦ୍ଧା ୧୦ ପ୍ରତିଶତକୁ ଖସିଆସିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଶ୍ରମଶକ୍ତିରେ ଯୁବପିଢ଼ିଙ୍କ ଯୋଗଦାନ ବୃଦ୍ଧି ପାଉଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏକ୍ଷେତ୍ରରେ ସୁଧାର ଘଟିଛି। ପିରିଅଡିକ୍ ଲେବର୍ ଫୋର୍ସ ପାର୍ଟିସିପେସନ୍ ସର୍ଭେ (ପିଏଲ୍ଏଫ୍ଏସ୍‌)ରେ ସହରାଞ୍ଚଳ ବେକାରି ହାରର ଅଧିକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ସହରାଞ୍ଚଳରେ ବେକାରି ହାର ୬.୭ ପ୍ରତିଶତକୁ ହ୍ରାସ ପାଇଛି।

ଭାରତର ଶ୍ରମ ଶକ୍ତିରେ ୨୦୨୨-୨୩ରେ ୫୬.୬ କୋଟି ‌ଲୋକ ଥି‌ଲେ ବୋଲି ଆକଳନ କରାଯାଇଛି। ସେଥିରୁ ୪୫ ପ୍ରତିଶତରୁ ଅଧିକ ‌ଲୋକ କୃ‌ଷିରେ ନିୟୋଜିତ ହୋଇଥିବା ବେଳେ ୧୧.୪ ପ୍ରତିଶତ ମାନୁଫାକଚରିଂ, ୨୮.୯ ପ୍ରତିଶତ ‌ସେବା ଏବଂ ୧୩ ପ୍ରତିଶତ ଲୋକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦେଶର ଶ୍ରମ ଶକ୍ତିରେ ୫୭.୩ ପ୍ରତିଶତ ଲୋକ ସ୍ବାବଲମ୍ବୀ ଥିବା ବେଳେ ୧୮.୩ ପ୍ରତିଶତ ପାଉଣା ପାଉନଥିବା ପରିବାର ବର୍ଗର ଶ୍ରମିକ ରହିଛନ୍ତି। ଅସ୍ଥାୟୀ ଶ୍ରମିକ ହାର ୨୧.୮ ପ୍ରତିଶତ ଥିବା ବେଳେ ନିୟମିତ ପାରିଶ୍ରମିକ ଶ୍ରମଶକ୍ତି ହାର ୨୦.୯ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ମହିଳାଙ୍କ ନିଯୁକ୍ତି ହାର ବୃଦ୍ଧି ପାଉଛି। ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ହାର ୬ ବର୍ଷରେ ୧୬.୯ ପ୍ରତିଶତରୁ ବୃଦ୍ଧି ପାଇ ୨୩ ପ୍ରତିଶତରେ ପହଞ୍ଚିଛି।

Please follow and like us:

Leave a Reply

Your email address will not be published. Required fields are marked *