ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ

on1
Please follow and like us:

ବୀରମିତ୍ରପୁର: ବୀରମିତ୍ରପୁର ସହରରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ବିଭାଗ ଓ ପୁଲିସର ମିଳିତ ଚଢ଼ଉ କରାଯାଇଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନ ଗୁଡ଼ିକରେ ଚାଲିଥିବା ଖୁଲମଖୁଲା ନିଶାଦ୍ରବ୍ୟ ଗୁଟ୍‌ଖା, ତମ୍ବାଖୁ ବିକ୍ରି ଓ ହୋଟେଲ ଉପରେ ଅଚାନକ ଚଢ଼ଉ କରି ହୋଟେଲ ଗୁଡ଼ିକର ଆନୁସଙ୍ଗିକ ବ୍ୟବସ୍ଥା, ତିଆରି ଖାଦ୍ୟର ମାନ, ପରିବେଷଣର ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଓ ବହୁଦିନର ଫ୍ରିଜିଂ କଞ୍ଚାମାଲ ଗୁଡିକର ମାନ ଯାଞ୍ଚ କରିଥିଲେ।

ସହରରେ ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇ ନିଶାଦ୍ରବ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ଠାରୁ ୩୬୦୦ ଓ ହୋଟେଲ ବ୍ୟବସାୟୀଙ୍କ ଠାରୁ ୨୮,୫୦୦ ଜରିମାନା ଆଦାୟ କରାଯାଇଥିଲା।ଏହି ଚଢ଼ଉରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତାପରୁଦ୍ର ମଣ୍ଡଳ, ବୀରମିତ୍ରପୁର ଖାଦ୍ୟ ନିରୀକ୍ଷକ ମୋନାଲି ବେହେରା, ରାଜଗାଙ୍ଗପୁର ଖାଦ୍ୟ ନିରୀକ୍ଷକ କୁନ୍ଦନ ଲୋହାର, ଜିଲ୍ଲା ତମ୍ବାଖୁ କଣ୍ଟ୍ରୋଲ ପୋଗ୍ରାମର ସ୍ୱପ୍ନଜିତ ମହାନ୍ତିଙ୍କ ସହ ବୀରମିତ୍ରାପୁର ଥାନା ଏସଆଇ ବିଜୟ ଦେହୁରୀ, ସାଜନ କୁମାର, ଅବକାରି ଅଧିକାରୀ ବାବୁରି ଦାଶ ପୁଲିସ ଦଳ ସହ ଉପସ୍ଥିତ ଥିଲେ।

Please follow and like us:

Leave a Reply

Your email address will not be published. Required fields are marked *