ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୮.୫% ଅଭିବୃଦ୍ଧି ଲକ୍ଷ୍ୟ

on2
Please follow and like us:

ଯୋଜନା ଓ ସଂଯୋଜନ ବିଭାଗ ଦ୍ବାରା ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେର ଆକଳନ ଅନୁସାରେ, ଆର୍ଥିକବର୍ଷ ୨୦୨୩-୨୪ ପାଇଁ ରାଜ୍ୟର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏହି ହାର ଗତ ଅର୍ଥାତ ଆର୍ଥିକବର୍ଷ ୨୦୨୨-୨୩ ରେ ୭.୯ ପ୍ରତିଶତ ରହିଥିଲା । ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ୨୦୨୩-୨୪ ଆର୍ଥିକ ବର୍ଷରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଜାତୀୟ ମୁଣ୍ଡପିଛା ଆୟର ହାର ଠାରୁ ପ୍ରାୟ 12 ପ୍ରତିଶତ ତଳେ ରହିଛି ।

1. ମୁଣ୍ଡପ଼ିଛା ଆୟ

ଓଡିଶାରେ ମୁଣ୍ଡପିଛା ଆୟ ୨୦୨୩-୨୪ ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଦେଶର ଜାତୀୟ ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ପ୍ରାୟ ୧୨.୪% ପ୍ରତିଶତ କମ ରହିଛି । କୃଷିକ୍ଷେତ୍ର ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ସେହିପରି ଶିଳ୍ପ କ୍ଷେତ୍ରରେ କରାଯାଉଥିବା ଅଗ୍ରୀମ ଆକଳନ ଅନୁସାରେ ୨୦୨୩-୨୪ ବର୍ଷରେ ଓଡିଶାରେ ଅଭିବୃଦ୍ଧି ହାର ୮.୭ ପ୍ରତିଶତ ହେବ । ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୨% ରହିବା ବୋଲି ଆକଳନ ପ୍ରକାଶ ପାଇଛି ।

2 .ହ୍ରାସ ପାଇଛି ଦାରିଦ୍ର୍ୟ :-

ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର୍ୟ ଅନୁପାତ ହାର ବର୍ଷ ୨୦୧୫-୧୬ ରେ ୨୯.୩ ପ୍ରତିଶତ ଥିବା ବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି । ଏହି ବର୍ଷଗୁଡିକ ଭିତରେ ପ୍ରାୟ ୬୨ଲକ୍ଷରୁ ଅଧିକ ରାଜ୍ୟବାସୀ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହେଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ ପ୍ରକାଶ ପାଇଛି ।

3. ଅର୍ଥନୈତିକ ଅଭିବୃଦ୍ଧି ହାର:-

ସର୍ଭେରେ ଅଗ୍ରୀମ ଆକଳନ ଅନୁସାରେ ବର୍ଷ 2023-24 ରେ ରାଜ୍ୟର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏହି ଅଭିବୃଦ୍ଧି ହାର ଗତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୭.୯ ପ୍ରତିଶତ ଥିଲା । ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇପାରିଥିବା ସର୍ଭେରେ କୁହାଯାଇଛି ।

4. ଆୟୁଷ ବୃଦ୍ଧି

ଓଡ଼ିଶାରେ ଆୟୁଷ ବଢ଼ିଲା ଦଶ ବର୍ଷ । ଓଡ଼ିଶାରେ ଆୟୁଷର ହାର ପୂର୍ବବର୍ଷ ତୁଳନାରେ ବଢିଛି ଦଶ ବର୍ଷ । ଆୟୁଷ ଵୃଦ୍ଧି ନେଇ 2023-24 ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଲା ତଥ୍ୟ । 2000ରୁ 2004 ମଧ୍ୟରେ ଓଡ଼ିଶାର ହାରାହାରି ଆୟୁଷ ଥିଲା 60.4ବର୍ଷ । 2016 ରୁ 2020 ମଧ୍ୟରେ ହାରାହାରି ଆୟୁଷ ବୃଦ୍ଧି ପାଇ 70.3 ବର୍ଷ ରହିଛି । ଓଡ଼ିଶାରେ ଆୟୁଷ ଵୃଦ୍ଧି ପାଇଥିବା ବେଳେ 17ଟି ରାଜ୍ୟ ମଧ୍ୟରେ ଓଡିଶା ଉପରେ ରହିଛନ୍ତି 7 ରାଜ୍ୟ ।

5. କୃଷି କ୍ଷେତ୍ରରେ ଅଭିବୃଦ୍ଧି

ରାଜ୍ୟରେ ଜଳସେଚନ ଭିତ୍ତିଭୂମି ଵୃଦ୍ଧି ପାଇଛି । 2022-23ରେ 69.2%ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଵୃଦ୍ଧି କରାଯାଇଛି ।କୃଷି କ୍ଷେତ୍ରରେ 3.5% ଅଭିବୃଦ୍ଧି ଆକଳନ କରାଯାଉଛି । ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର 8.7 % ରହିଛି । ସେବା କ୍ଷେତ୍ରରେ 9.2% ଅଭିବୃଦ୍ଧି ହାର ଆକଳନ କରାଯାଉଛି ।

6. ଓଡ଼ିଶାରେ ଡ୍ରପ ଆଉଟ ଦେଶରେ ସର୍ବାଧିକ । 2023-24 ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆସିଲା ସାଙ୍ଘାତିକ ତଥ୍ୟ । ଶିକ୍ଷା କ୍ଷେତ୍ରରେ ସତର୍କ ଘଣ୍ଟି । ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡିବା ହାରରେ ଓଡିଶା ଶୀର୍ଷରେ।ରାଜ୍ୟରେ ଏବେ ମାଧ୍ୟମିକ ସ୍ତରରେ ପାଠ ଛାଡିବା ହାର 27.29%। ସାରା ଭାରତବର୍ଷର 27.29%ଛାତ୍ରଛାତ୍ରୀ ପାଠ ଛାଡିବା ଦେଶରେ ପ୍ରଥମ । ଓଡ଼ିଶାରେ ନାମ ଲେଖା ଅନୁପାତ ସର୍ବଭାରତୀୟ ସ୍ତରରେ ହାରାହାରି ଠାରୁ ମଧ୍ୟ କମ ।

Please follow and like us:

Leave a Reply

Your email address will not be published. Required fields are marked *