ଟ୍ରେନ ଲାଇନରୁ ସାମ୍ବାଦିକାଙ୍କ ମୃତଦେହ ଠାବ, ଜୀବନ ହାରିଥିବା ସନ୍ଦେହ

on3
Please follow and like us:

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମହିଳା ସାମ୍ବାଦିକାଙ୍କ ମୃତଦେହ ଠାବ । ବାପୁଜୀ ନଗର ଟ୍ରେନଲାଇନ କଡ଼ରୁ କ୍ଷତାକ୍ତ ମୃତଦେହ ଜବତ । ମୃତ ସାମ୍ବାଦିକା ଜଣକ ହେଲେ ମଧୁସ୍ମିତା ପରିଡା । ସେ ରାଜଧାନୀର ଏକ ଘରୋଇ ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟରତ ଥିଲେ ।

ସୂଚନାଯୋଗ୍ୟ ଯେ, ଆଜି (ବୁଧବାର) ସନ୍ଧ୍ୟା ୯ଟା ସମୟରେ ତାଙ୍କର ମୃତଦେହକୁ ବାପୁଜୀ ନଗର‌ ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ ଠାବ କରିଛି ଜିଆରପି ପୋଲିସ । ମୃତକ ଜଣଙ୍କ ଶରୀର କ୍ଷତାକ୍ତ ହୋଇଥିବା ବେଳେ ମୃତଦେହଟି ଟ୍ରେନ‌ ଦ୍ବାରା ୧୦୦ ମିଟର‌ ପର୍ଯ୍ୟନ୍ତ ଘୁଷୁଡି ହୋଇଆସିଛି । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ମୃତଦେହକୁ ଜବତ କରାଯାଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଆରପି । ଘଟଣ ସ୍ଥଳରେ ମତକଙ୍କ ସ୍ବାମୀ ଓ ତାଙ୍କର ପରିବାର ଲୋକେ ପହଞ୍ଚିଛନ୍ତି । ପରିବାର ଲୋକେ ତାଙ୍କ ସ୍ବାମୀଙ୍କୁ ଦୋଷ ଦେଇ ମାଡ଼ ମାରିଛନ୍ତି ।

ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ଇନଷ୍ଟାରେ ଦେଖିବାକୁ ମିଳିଛି । ସେ ଭିଡ଼ିଓରେ ସେ ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ସମ୍ପର୍କରେ କହୁଛନ୍ତି ଏବଂ ତାଙ୍କର ଅନେକ ଯୁବତୀଙ୍କ ସହ ସମ୍ପର୍କ ଥିବା କହୁଛନ୍ତି । ଏନେଇ ସେ ମାନସିକ ଚାପରେ ରହି ବଞ୍ଚିବାର ନାହିଁ ବୋଲି କହୁଛନ୍ତି । ସେପଟେ ପୋଲିସ ସନ୍ଦେହ କରୁଛି ସେ ଆତ୍ମହତ୍ୟା କରିଥାଇ ପାରନ୍ତି । କାରଣ ମୃତଦେହଟି ଘୋଷାଡି ହୋଇ 100 ମିଟର ପର୍ଯ୍ୟନ୍ତ ଆସିଛି ।

ମୃତ ମଧୁସ୍ମିତା ପରିଡାଙ୍କ ଘର ଗଞ୍ଜାମ ବେଲଗୁଣ୍ଠାରେ ବୋଲି ସୂଚନା ମିଳିଛି । ସେ ଗତ 4 ମାସ ତଳେ ବିବାହ କରି ଇନ୍ଦିରା କଲୋନୀ ନୂଆ ଗାଁରେ ରହୁଥିଲେ । ଏନେଇ ପରିବାରରେ ତାଙ୍କ ସ୍ବାମୀ ସହ ଅନେକ ତିକ୍ତତା ଥିବା ଜଣାପଡିଛି । ତେବେ କାହିଁକି ମଧୁସ୍ମିତା ଜୀବନ ହାରିଲେ ତାହାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Please follow and like us:

Leave a Reply

Your email address will not be published. Required fields are marked *