ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ମାମଲା: ଆଉ ୫ ଗିରଫ, ବିଦାହେଲେ କନିଷ୍ଠ ଯନ୍ତ୍ରୀ

on3
Please follow and like us:

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ଅଞ୍ଚଳର ରାଓ ଆଇଏଏସ୍‌ ଷ୍ଟଡି ସର୍କଲରେ ଗତ ୨୭ ତ‌ାରିଖରେ ଯେଉଁ ଦୁର୍ଘଟଣା ଘଟିଗଲା ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଛି। କୋଚିଂ ସେଣ୍ଟରରେ ପାଣି ପଶି ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିବା ୩ ଛାତ୍ରଛାତ୍ରୀ ମରିଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ଏବେ ଖୋଳତାଡ଼ ହୋଇଛି। ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି। ଗିରଫ ୫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏସ୍‌ୟୁଭି ଡ୍ରାଇଭର ଅଛନ୍ତି। ଗିରଫ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଫଳରେ ମୋଟ୍‌ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି କୋଚିଂ ସେଣ୍ଟରର ଜଣେ ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ୍‌ ସିଂହ ଗିରଫ ହୋଇଥିଲେ।

ଅନ୍ୟପକ୍ଷେ ଏମ୍‌ସିଡି ମଧ୍ୟ ଆଜି ଏହି ମାମଲାରେ ସହରବ୍ୟାପୀ ୧୩ଟି ବେଆଇନ କୋଚିଂ ସେଣ୍ଟର ସିଲ୍‌ କରିଛି। ଶନିବାର ରାଓ ଆଇଏଏସ୍‌ ଷ୍ଟଡି ସର୍କଲ ବେସମେଣ୍ଟରେ ପାଣିପଶି ଯିବାରୁ ଉତ୍ତରପ୍ରଦେଶର ଆମ୍ବେଦକର ନଗରର ଶ୍ରେୟା ଯାଦବ, ତେଲେଙ୍ଗାନାର ତାନିଆ ସୋନି ଏବଂ କେରଳ ଏର୍ନାକୁଲମର ନବୀନ ଡାଲୱିନଙ୍କର ମୃତ୍ୟୁ ହୋଇଯାଇଥିଲା। ଏମ୍‌ସିଡି କମିସନର କହିଛନ୍ତି, କୋଚିଂ ସେଣ୍ଟର ନିକଟରେ ଥିବା ବେଆଇନ ନିର୍ମାଣ ଉପରେ ବୁ‌ଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଏହାବାଦ୍‌ ଏମ୍‌ସିଡି ମଧ୍ୟ କୋଚିଂ ସେଣ୍ଟର ମୃତ୍ୟୁ ମାମଲାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଚାକିରିରୁ ବିଦା କରିଥିବାବେଳେ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବନ କରିଛି। ଏମ୍‌ସିଡି କମିସନର ଅଶ୍ବିନୀ କୁମାର କହିଛନ୍ତି, ଉକ୍ତ ୨ ଅଧିକାରୀ କରୋଲ୍‌ବାଗ୍‌ ଜୋନ୍‌ରେ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିଲେ। ଇତି ମଧ୍ୟରେ ଦିଲ୍ଲୀ ଅଗ୍ନି ସେବା ଅଧିକାରୀମାନେ କହିଛନ୍ତି, ସେମାନେ ରାଓ ଆଇଏଏସ୍‌ ଷ୍ଟଡି ସର୍କଲ୍‌ ବିଲ୍ଡିଂର ଏନ୍‌ଓସି ରଦ୍ଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *