ମୁଣ୍ଡପିଛା ଆୟ ନେଇ ବିଶ୍ବବ୍ୟାଙ୍କ ରିପୋର୍ଟ: ଆମେରିକାର ଚଉଠେ ହେବାକୁ ଭାରତକୁ ୭୫ ବର୍ଷ‌ ଲୋଡ଼ା

onl5
Please follow and like us:

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଭାରତକୁ ବ୍ୟଥିତ କରିବା ଭଳି ରିପୋର୍ଟ ବିଶ୍ବବ୍ୟାଙ୍କ ପ୍ରକାଶ କରିଛି। ଆମେରିକା ଅର୍ଥନୀତି ସହ ସମାନ ହେବା କଥା ଛାଡ଼ ଭାରତୀୟଙ୍କ ମୁଣ୍ଡପିଛା ଆୟ ଆମେରିକୀୟଙ୍କ ମୁଣ୍ଡପିଛା ଆୟର ଚ‌ଉଠେ ‌ବା ଏକ ଚତୁର୍ଥାଂଶ ହେବାକୁ ୭୫ ବର୍ଷ ସମୟ ଲାଗିବ। ଭାରତ ସମେତ ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଆଦି ଦେଶ ଉଚ୍ଚ ଆୟବର୍ଗର ଦେଶ ହେବା କ୍ଷେତ୍ରରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ବଡ଼ଧରଣର ଆହ୍ବାନର ସମ୍ମୁଖୀନ ହେବେ। ମଧ୍ୟମ ଆୟବର୍ଗର ଯନ୍ତାରୁ ବାହାରିବା ଏମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେବ। ବର୍ତ୍ତମାନର ଧାରାକୁ ଦେଖିଲେ ଆମେରିକୀୟଙ୍କ ମୁଣ୍ଡପିଛା‌ ଆୟର ଏକ ଚତୁର୍ଥାଂଶ ହେବାକୁ ଚୀନକୁ ୧୦ ବର୍ଷରୁ ଅଧିକ ସମୟ ଲାଗିବ। ସେହିଭଳି ଇଣ୍ଡୋନେସିଆକୁ ପ୍ରାୟ ୭୦ ବର୍ଷ ଏବଂ ଭାରତକୁ ୭୫ ବର୍ଷ ସମୟ ଲାଗିବ ବୋଲି ବିଶ୍ବବ୍ୟାଙ୍କ ଏହାର ‌ରିପୋର୍ଟରେ କହିଛି।

ADVERTISEMENT

Please follow and like us:

Leave a Reply

Your email address will not be published. Required fields are marked *