ପ୍ରଧାନମନ୍ତ୍ରୀଙ୍କ ୱାୟନାଡ଼ ଗସ୍ତ: ଅସାଧାରଣ ବିପର୍ଯ୍ୟୟ, ସବୁ ସହାୟତା ମିଳିବ

onl3
Please follow and like us:

ଭୂସ୍ଖଳନରେ ଛାରଖାର ହୋଇ ଯାଇଥିବା କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୱାୟନାଡର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।  

ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ୱସ୍ତ ବିଧ୍ୱସ୍ତ ଅଞ୍ଚଳ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ। ଧ୍ୱସ୍ତସ୍ତୁପ ପାଲଟିଥିବା ପୁଞ୍ଚୁରି ମାଟମ୍, ମୁଣ୍ଡାକାଇ ଓ ଚୁରୁଲମାଲା ଅଞ୍ଚଳର ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।

ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ କିପରି ଚାଲିଛି, ସେ ବିଷୟରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି ମଧ୍ୟ ୱାୟନାଡ ଗସ୍ତ କରିଛନ୍ତି। 

ଏହି ଅବସରରେ ପ୍ରଧାନମନ୍ତ୍ରୀ ରିଲିଫ୍ କ୍ୟାମ୍ପ୍, ହସ୍ପିଟାଲରେ ଥିବା ଆହତ ଓ ମୃତକଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ପ୍ରବଳ ବର୍ଷା ପରେ ଭୂସ୍ଖଳନ ହେବାରୁ ୱାୟନାଡର ପାଞ୍ଚ ଖଣ୍ଡ ଗାଁ ଭାସି ଯାଇଥିଲା। ଏଥିରେ ପ୍ରାୟ ୪ ଶହ ଲୋକଙ୍କର ଜୀବନ ଯାଇଛି।

 ସ୍ଥିତି ଯାଞ୍ଚ କରିବାପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିପର୍ଯ୍ୟୟ ସାଧାରଣ ନୁହେଁ ଏବଂ ଅଞ୍ଚଳରେ ଥଇଥାନ ଏବଂ ପୁନଃନିର୍ମାଣ ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯିବ। ୱାୟନାଡ଼ରେ ଭୟାନକ ଭୂସ୍ଖଳନ ହେବାପରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ଯାଇଥିଲା। ଏହି ସବୁ ଗାଁକୁ ଯୋଗାଯୋଗ କରିବା ପାଇଁ ସେନା‌ ଦ୍ବାରା ଯେଉଁ ୧୯୦ ଫୁଟ୍‌ ଲମ୍ବର ବେଲି ବ୍ରିଜ୍‌ ନିର୍ମା‌ଣ ହୋଇଥିଲା ମୋଦୀ ଆଜି ସେହି ବ୍ରିଜ୍‌ ଉପରେ ଯାଇ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି ଏବଂ ପୀଡ଼ିତଙ୍କ ସହ କଥା ହୋଇଛନ୍ତି। ମୋଦୀ ମଧ୍ୟ ମେପ୍ପାଡ଼ିରେ ଏକ ଘରୋଇ ହସ୍ପିଟାଲ୍‌ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୀଡ଼ିତଙ୍କ ଅବସ୍ଥା ବୁଝିଥିଲେ। ୱାୟନାଡ଼ ଗସ୍ତ କରିବାପରେ ମୋଦୀ କହିଛନ୍ତି, ପୀଡ଼ିତଙ୍କୁ ସହାୟତା, ପୁନଃନିର୍ମାଣ ଆଦି କ୍ଷେତ୍ରରେ ରାଜ୍ୟ ସରକାର ପାଇଁ କୌଣସି ଅର୍ଥାଭାବ ରହିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ଉପଯୁକ୍ତ ସମନ୍ବୟରେ କାମ କରୁଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *