ମମତା ବାନାର୍ଜୀଙ୍କୁ ଫୋନ୍‌ କଲେ ମୋହନ ମାଝୀ

onl2
Please follow and like us:

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ୍‌ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ସ୍ୱଭାବିକ କରିବାକୁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦିଲ୍ଲୀରେ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା। ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥିପ୍ରତି ଧ୍ୟାନ ଦେଇ ଆଳୁ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି।

ଓଡ଼ିଶାର ପଡ଼ୋଶୀ ରାଜ୍ୟ ହେଉଛି ପଶ୍ଚିମବଙ୍ଗ। ଏଠାରୁ ପ୍ରତିଦିନ ଶହ ଶହ ଟ୍ରକ୍‌ ଓଡ଼ିଶାକୁ ଆସିଥାଏ। କହିବାକୁ ଗଲେ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭର କରିଥାଏ। ହେଲେ ଗତ କିଛି ଦିନ ହେଲା ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁଆଳୁ ଯୋଗାଣ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଓଡ଼ିଶାରେ ଆଳୁ ଶଙ୍କଟ ଦେଖାଦେଇଛି। ଆଳୁ ଦର ଆକାଶ ଛୁଆଁ ହୋଇଛି। ଯେଉଁ ଆଳୁ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୬୦ ଟଙ୍କାରେ ପହଞ୍ଚିଲାଣି। ରଜ୍ୟବ୍ୟାପୀ ଏମିତି ସମସ୍ୟା ଦେଖାଦେଇଛି। ଯେଉଁଥିପାଇଁ ଖାଉଟିମାନେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *