ଭାରତର ଯବାନଙ୍କୁ ଦିଆଯିବ ‘ବୀରତା ପୁରସ୍କାର’: ସ୍ୱାଧୀନତା ଦିବସରେ ପ୍ରକୃତ ବୀରଙ୍କୁ ମିଳିବ ସମ୍ମାନ

onl3
Please follow and like us:

ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଦେଶ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଭାରତରେ ଖେଳିଯାଇଛି ଆନନ୍ଦ ଉଲ୍ଲାସର ଲହରୀ । ଏହି ଅବସରରେ ଦେଶର ପ୍ରକୃତ ବୀର ଭାରତୀୟ ଯବାନଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଦେଶର ୧୦୩ ଜଣ ବୀର ଯବାନଙ୍କୁ ବୀରତା ପୁରସ୍କାରରେ ସମ୍ମାନିତ କରାଯିବାକୁ ମଞ୍ଜୁରୀ ମିଳିଛି । ଏଥିମଧ୍ୟରେ ୩ ଜଣଙ୍କୁ ମରଣୋତ୍ତର ପୁରସ୍କାର ଏବଂ ୪ ଜଣଙ୍କୁ କୀର୍ତ୍ତି ପୁରସ୍କାର ପ୍ରଦାନ କରାଯିବ । ସେହିପରି ସ୍ୱାଧୀନତା ଦିବସ ଅବସରରେ ୧୮ ଜଣ ବୀର ଯବାନଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ ।

୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶର ପ୍ରକୃତ ହିରୋ ସଶାସ୍ତ୍ର ବଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର କର୍ମଚାରୀମାନଙ୍କୁ ପୁରସ୍କାର ନେଇ ବଡ଼ ଘୋଷଣା କରିଛନ୍ତି । ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତର ୧୦୩ ବୀର ଯବାନଙ୍କୁ ବୀରତାର ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ତାଲିକାରେ ୩ ଜଣ ଯବାନଙ୍କୁ ମରଣୋପରାନ୍ତ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବା ନେଇ ସୂଚନା ଦେଇଛି ରକ୍ଷା ମନ୍ତ୍ରାଳୟ । ସେହିପରି ୪ ଜଣ ସୈନିକଙ୍କୁ ପରଣୋପରାନ୍ତ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ । ଏହାବ୍ୟତୀତ ସେନା ପଦକ(ବୀରତା) ପାଇଁ ୬୩ ସେନା ପଦକ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ୨ ଜଣଙ୍କୁ ମରଣୋପରାନ୍ତ, ୧୧ ନୌସେନା ପଦକ ଏବଂ ୬ଟି ବାୟୁ ସେନା ପଦକ ମଧ୍ୟ ପ୍ରଦାନ କରାଯିବ ।

ବିଭିନ୍ନ ସାମରିକ କାର୍ୟ୍ୟରେ ପ୍ରମୁଖ ଅବଦାନ ପାଇଁ ସେନାର ଶ୍ୱାନ ୟୁନିଟର ‘ଡଗ୍ କେଣ୍ଟ’ (ମରଣୋପରାନ୍ତ) ସମେତ ୩୯ ଟି ମେନସନ୍-ଇନ୍-ଡିସପ୍ୟାଚ୍ ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଅପରେସନ୍ ରକ୍ଷକ, ଅପରେସନ୍ ସ୍ନୋ ଲେପାର୍ଡ, ଅପରେସନ୍ ସହାୟତା, ଅପରେସନ୍ ହିପାଜତ୍, ଅପରେସନ୍ ଅର୍କିଡ୍ ଏବଂ ଅପରେସନ୍ କଚ୍ଛଲ ଇତ୍ୟାଦିରେ ସେନାର କୁକୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *