ପାରାଅଲିମ୍ପିକ୍ସ: ବିଶ୍ୱ ରେକର୍ଡ ଅଳ୍ପକେ ମିସ୍‌ କଲେ ଭାରତର ହାତ ନଥିବା ତୀରନ୍ଦାଜ

onl3
Please follow and like us:

ଭାରତର ତଥା ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ ପ୍ୟାରିସ ଅଲିମ୍ପିକ୍ସରେ ବିଶ୍ୱ ରେକର୍ଡକୁ ଅଳ୍ପକେ ମିସ୍‌ କରି ଯାଇଛନ୍ତି। ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଶୀତଲ କମାଲ କରିଥିଲେ ହେଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ରାଙ୍କିଙ୍ଗ ରାଉଣ୍ଡରେ ଭାଗ ନେଇଥିବା ଶୀତଲ ୭୦୩ ପଏଣ୍ଟ ସ୍କୋର କରି ପ୍ରଥମେ ପାରା ଗେମ୍ସ ଓ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଥିଲେ। କିନ୍ତୁ ସମାନ ପ୍ରତିଯୋଗିତାରେ ଭାଗ ନେଇଥିବା ତାଙ୍କ ପ୍ରତିପକ୍ଷ ଖେଳାଳି କିଛି ମିନିଟ ମଧ୍ୟରେ ନିଜର ଶେଷ ଶଟ୍‌ରେ ଶୀତଲଙ୍କୁ ପଛରେ ପକାଇ ଦେଇଥିଲେ।

ତୁର୍କୀର ଓଜନୁର ଗ୍ରୀଡି କ୍ୟୁରେ ୭୦୪ ପଏଣ୍ଟ ସ୍କୋର କରି ବିଶ୍ୱ ରେକର୍ଡକୁ ନିଜ ନାଁରେ କରି ନେଇଛନ୍ତି। ପୂର୍ବରୁ ପାର ଗେମ୍ସର ରେକର୍ଡ ଜେସିକା ଷ୍ଟେରେଟନ (୬୯୪) ଓ ବିଶ୍ୱ ରେକର୍ଡ ଫୋଇବା ପାଟେରସନ(୬୯୮)ଙ୍କ ନାଁରେ ଥିଲା। ହେଲେ ଉଭୟ ଶୀତଲ ଓ ଓଜନୁର ଆଜି ଏହାକୁ ରାଉଣ୍ଡ ଅଫ ୩୨ରେ ଭାଙ୍ଗି ଦେଇଛନ୍ତି।

ରାଙ୍କିଙ୍ଗ ରାଉଣ୍ଡ ଆରମ୍ଭରୁ ଶୀତଲ ନିଜର ଦବଦବା ଦେଖାଇଥିଲେ। ଦ୍ୱିତୀୟ ଭାଗରେ ତାଙ୍କର ଲକ୍ଷ୍ୟ ଅଧିକ ଶାଣିତ ହୋଇଥିଲା। ସେ ବ୍ରାଜିଲର କର୍ଲା ଗୋଗେଲ ଓ ତୁର୍କୀର ଓଜନୁରଙ୍କୁ ଅତିକ୍ରମ କରି ଯାଇଥିଲେ। ସେ ଶୀର୍ଷରେ ରହି ପରବର୍ତ୍ତୀ ରାଉଣ୍ଡକୁ ଯିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷ ପ୍ରୟାସରେ ସେ ୯ ପଏଣ୍ଟକୁ ହିଟ କରିଥିଲେ। ଫଳରେ ତାଙ୍କର ପଏଣ୍ଟ ସଂଖ୍ୟା ୭୦୩ରେ ରହି ଯାଇଥିଲା। 

Please follow and like us:

Leave a Reply

Your email address will not be published. Required fields are marked *