ଛାତ୍ରୀନିବାସ ଶୌଚାଳୟରେ ଗୁପ୍ତ କ୍ୟାମେରା: ୩୦୦ ଭିଡିଓ ଲିକ୍‌, ପ୍ରବଳ ଉତ୍ତେଜନା

onl3
Please follow and like us:

ମଛଲିପଟ୍ଟନମ୍: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଛାତ୍ରୀନିବାସ ଶୌଚାଳୟରୁ ଗୁପ୍ତ କ୍ୟାମେରା ମିଳିବା ପରେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।  ଏଥିପାଇଁ ଦୋଷୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବିରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଛାତ୍ରଛାତ୍ରୀ ଏକଜୁଟ ହୋଇ ବିଭିନ୍ନ ସ୍ଥାନରେ ପ୍ରତିବାଦ  କରିବାପରେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯିବା ସହ ଜଣେ ଶେଷ ବର୍ଷର ଛାତ୍ରଙ୍କୁ ଅଟକ ରଖାଯାଇଛି। ଛାତ୍ରୀମାନଙ୍କ କହିବା ଅନୁସାରେ, ୩୦୦ରୁ ଅଧିକ ଭିଡିଓ ରେକର୍ଡ କରି ବାଳକ ହଷ୍ଟେଲରେ ପ୍ରସାରିତ ହୋଇଥିବା ଅଭିଯୋଗ ହୋଇଛି।

ଗୁଡଲାଭାଲେରୁ କଲେଜ ଅଫ୍ ଇଞ୍ଜିନିୟରିଂର କ୍ୟାମ୍ପସ ହଷ୍ଟେଲ ଭିତରେ ରଖାଯାଇଥିବା ଏହି କ୍ୟାମେରାକୁ ଜଣେ ଛାତ୍ରୀ ଦେଖିବା ପରେ ଗୁରୁବାର ରାତିରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ  ସୁରକ୍ଷା ଓ ଗୋପନୀୟତାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ‘ଆମେ ନ୍ୟାୟ ଚାହୁଁଛୁ’  ସ୍ଲୋଗାନ ଦେଇ ଶତାଧିକ ଛାତ୍ରଛାତ୍ରୀ ଗୁପ୍ତ କ୍ୟାମେରା ଲଗାଇଥିବା ଓ ଭିଡିଓ ପ୍ରସାରଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ପୁଲିସକୁ ଡକାଯାଇ କ୍ୟାମେରା ଲଗାଇବାରେ ସମ୍ପୃକ୍ତ ଥିବା ଇଞ୍ଜିନିୟରିଂ ଶେଷ ବର୍ଷର ଜଣେ ଛାତ୍ରଙ୍କୁ ଅଟକ ରଖାଯାଇଥିଲା। ତେବେ ଛାତ୍ରଙ୍କ ପରିଚୟ ପ୍ରକାଶ କରାଯାଇ ନ ଥିବା ବେଳେ ବାଳିକା ହଷ୍ଟେଲରୁ କୌଣସି ଲୁକ୍କାୟିତ କ୍ୟାମେରା ମିଳି ନ ଥିବା କଲେଜ ପ୍ରଶାସନ ଦାବି କରିଛି। କ୍ୟାମ୍ପସରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ  ପ୍ରତିଶ୍ରୁତି ଦିଆଯାଇଛି। ଛାତ୍ର ଓ କଲେଜ କର୍ମଚାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଲାପଟପ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଯାଞ୍ଚ କରାଯାଇଛି।  ଆପତ୍ତିଜନକ ଭିଡିଓ ଠାବ ହେବାମାତ୍ରେ ତାହାକୁ ହଠାଇବା ନିମେନ୍ତ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *