ସେପ୍ଟେମ୍ବର ୧ରୁ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ, ଏମିତି କରିବେ ‌ପଂଜୀକରଣ

onl1
Please follow and like us:

ଭୁବନେଶ୍ବର: ରାଜ୍ୟର ମହିଳାମାନଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ପ୍ରାୟତଃ ସମସ୍ତ ଜିଲ୍ଲାରେ ଆବେଦନ ଫର୍ମ ଉପଲବ୍ଧ ହୋଇସାରିଛି। ଯେଉଁଠି ଉପଲବ୍ଧ ହୋଇପାରି ନାହିଁ, ଖୁବ୍‌ ଶୀଘ୍ର ପହଞ୍ଚି ଯିବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତିର ସହିତ କହିଛନ୍ତି। ସେପ୍ଟେମ୍ବର ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୃଷ୍ଟ କରାଯାଇଛି।

ଶ୍ରୀମତୀ ପରିଡ଼ା କହିଛନ୍ତି, ଉଭୟ ଅଫଲାଇନ୍ ଓ ଅନଲାଇନ ମାଧ୍ୟମରେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀମାନେ ଆବେଦନ କରିପାରିବେ। ଗୋଟିଏ ପରିବାରର ଏକାଧିକ ମହିଳା ମଧ୍ୟ ଏହି ଯୋଜନାରେ ଲାଭ ପାଇବେ। ୫ ବର୍ଷରେ ୧୦ଟି କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଅଧ‌ିକ ମହିଳା ଉପକୃତ ହୋଇପାରିବେ।

ଜାଣନ୍ତୁ କେମିତି ମିଳିବ ଫର୍ମ ଓ କେଉଁଠି କରିବେ ଆବେଦନ

ଆବେଦନ ଫର୍ମ ପୂରଣ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ
ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟରେ ମିଳିବ
ମୋ ସେବା କେନ୍ଦ୍ର,ସାଧାରଣ ସେବା କେନ୍ଦ୍ରରେ ଉପଲବ୍ଧ ହେବ ଫର୍ମ
ମୋ ସେବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ ହୋଇପାରିବ
ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ
ଆବେଦନକାରୀ ଆବେଦନ ପାଇଁ ହିତାଧୁକାରୀଙ୍କ ପାଖରେ ଆଧାର କାର୍ଡ/ନମ୍ବର ିବା ଆବଶ୍ୟକ
ଆଧାରକାର୍ଡ ସହିତ ଏକକଧାରକ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଜରୁରୀ
ବ୍ୟାଙ୍କ ଆକାଉଣ୍ଟଟି ଚାଲୁଥିବା ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ
ହିତାଧ୍ୟାକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାରକାର୍ଡ ସହ ଲିଙ୍କ୍ ିବା ଆବଶ୍ୟକ

Please follow and like us:

Leave a Reply

Your email address will not be published. Required fields are marked *