କେଜ୍ରିୱାଲଙ୍କୁ ମିଳିଲା ଜାମିନ; କାର୍ଯ୍ୟାଳୟ ଯିବା ମନା, କରି ପାରିବେନି ଦସ୍ତଖତ

Please follow and like us:

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍‌ରୁ ବାହାରିବା ବାଟ ସଫା ହୋଇଯାଇଛି। ବହୁ ପ୍ରତୀକ୍ଷା ପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଫଳରେ ପ୍ରାୟ ୬ ମାସ ପରେ ଜେଲ୍‌ରୁ ମୁକୁଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଇଡି ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଉକ୍ତ ମାମଲାରେ କେଜ୍ରିୱାଲଙ୍କୁ ପୂର୍ବରୁ ଜାମିନ ମିଳିଥିବା ବେଳେ ଏବେ ସୁପ୍ରିମକୋର୍ଟ ତାଙ୍କୁ ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବଦଳରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।

ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଏଥିନିମନ୍ତେ କିଛି ସର୍ତ୍ତ ବି ଲାଗୁ କରିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ କେଜ୍ରିୱାଲ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେନି କି କୌଣସି ଫାଇଲ୍‌ରେ ଦସ୍ତଖତ କରି ପାରିବେନି।  ସାର୍ବଜନୀନ ସ୍ଥାନରେ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ଦେଇ ପାରିବେନି ବୋଲି ବି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ।

Please follow and like us:

Leave a Reply

Your email address will not be published. Required fields are marked *