୬.୬ ତୀବ୍ରତାଯୁକ୍ତ ଭୂକମ୍ପରେ ଥରିଲା କାନାଡ଼ା

earthquake
Please follow and like us:

ଅଟୱା: କାନାଡ଼ାରେ ୬.୬ ତୀବ୍ରତାଯୁକ୍ତ ବଡ଼ ଧରଣର ଭୂକମ୍ପ ଘଟିଛି। କାନାଡ଼ାର ବ୍ରିଟିଶ କଲମ୍ବିଆରେ ପ୍ରଶାନ୍ତ ମହାସାଗର ଉପକୂଳରେ ଏହି ଭୂକମ୍ପ ଘଟିଛି।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ) ଭାରତୀୟ ସମୟ ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ବ୍ରିଟିଶ କଲମ୍ବିଆର ଉପକୂଳବର୍ତ୍ତୀ ସହର ପୋର୍ଟ ମ୍ୟାକନିଲ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

ଲୋକଙ୍କୁ ଆତଙ୍କିତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହିତ ଭୂକମ୍ପ ଅବା ସୁନାମୀ ନେଇ ଲୋକଙ୍କୁ ଆତଙ୍କିତ କରିବା ଭଳି ବିଭ୍ରାନ୍ତ ଖବର ସୋସିଆଲ ମିଡ଼ିଆରେ ପ୍ରସାର ନ କରିବାକୁ ପରାମର୍ଶ ଦିଆଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *