admin

onl2

୧୭ ମାସ ପରେ ନ୍ୟାୟ ମିଳିଲା: ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଦିଆ ଗତକାଲି ଜେଲ୍‌ରୁ ମୁକୁଳିବାପରେ ଆଜି ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ସି‌ସୋ‌ଦିଆ କହିଛନ୍ତି, ତାଙ୍କୁ ୭ରୁ ୮ ମାସ ମଧ୍ୟରେ ନ୍ୟାୟ ମିଳିବ ବୋଲି ଆଶା ଥିଲା କିନ୍ତୁ ଏଥିପାଇଁ ୧୭ ମାସ ଲାଗିଗଲା। ଆପ୍‌ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ସିସୋଦିଆ ସୁପ୍ରିମକୋର୍ଟ ରାୟକୁ ପ୍ରଶଂସା କରି କହିଛନ୍ତି, ଏକଛତ୍ରବାଦକୁ…

Read More
onl1

ବାଂଲାଦେଶରେ ଅଭାବନୀୟ କାଣ୍ଡ: ସୁପ୍ରିମକୋର୍ଟ ଘେରିଗଲେ ଦଙ୍ଗାକାରୀ: ଇସ୍ତଫା ଦେଲେ ପ୍ରଧାନ ବିଚାରପତି

ଢାକା: ବାଂଲାଦେଶରେ ହସିନା ସରକାରର ପତନ ଏବଂ ନୂଆ ଅନ୍ତରୀଣ ସରକାର ଗଠନ ହେବାପରେ ବାଂଲାଦେଶ ପ୍ରଧାନ ବିଚାରପତି ଓବେଦୁଲ ହସନ ଆଜି ଇସ୍ତଫା ଦେଇଛନ୍ତି। ଦଙ୍ଗାକାରୀଙ୍କ ପ୍ରବଳ ଚାପରେ ଓବେଦୁଲ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି। ୬୫ ବର୍ଷୀୟ ବିଚାରପତି ଓବେଦୁଲ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କୁ ତାଙ୍କ ଇସ୍ତଫ‌ାପତ୍ର ପଠାଇଛନ୍ତି। ପ୍ରଧାନ ବିଚାରପତିଙ୍କ ଇସ୍ତଫାପତ୍ର ଆଇନ ମନ୍ତ୍ରାଳୟରେ ପହଞ୍ଚି ସାରିଛି ବୋଲି ଦେଶର ସଂସଦୀୟ ବ୍ୟାପାର ପରାମର୍ଶଦାତା ଅସିଫ ନଜରୁଲ୍‌ ଏକ ଭିଡିଓ…

Read More
onl4

ତୃତୀୟ ଥର ପାଇଁ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ କରାଯିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ…

Read More
onl3

ବାଂଲାଦେଶ ଅଶାନ୍ତ: ଦେଶ ଛାଡ଼ି ପଳାଇଲେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା

ଢାକା/ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଆଜି ଅତ୍ୟନ୍ତ ଉଗ୍ର ରୂପ ନେଇଛି। ସେନାବାହିନୀର ୪୫ ମିନିଟିଆ ‘ଅନ୍ତିମ ଚେତାବନୀ’ ପରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦେଶ ଛାଡ଼ି ପଳାଇଛନ୍ତି। ବାଂଲାଦେଶ ବାୟୁସେନାର ଲକ୍‌ହିଡ୍‌ ଯୁଦ୍ଧବିମାନରେ ପ୍ରଧାନମନ୍ତ୍ରୀ ହସିନା ଢାକା ଛାଡ଼ିଛନ୍ତି। ଶେଖ୍‌ ହସିନା ଓ ତାଙ୍କ ଭଉଣୀଙ୍କୁ ଆଣି ଆସିଥିବା ବିମାନ ଦିଲ୍ଲୀ ନିକଟରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ଦେଶ ଛାଡ଼ିବା ପରେ ଦେଶର ଶାସନ ଭାର ସେନାବାହିନୀ ନିଜ ହାତକୁ ନେଇଛି। ଖୁବ୍‌ଶୀଘ୍ର ଅନ୍ତରୀଣ…

Read More
onl2

ବିଜେଡିର ନୂଆ ଚାଲ୍: ଦେବୀଙ୍କ ନେତୃତ୍ୱରେ ୧୫ଜଣିଆ ଟିମ୍

ବରିଷ୍ଠ ନେତାମାନଙ୍କୁ ନେଇ ଗଢ଼ାଯାଇଥିବା ଏହି କମିଟି ରାଜ୍ୟବ୍ୟାପୀ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା ନିମନ୍ତେ କାର୍ଯ୍ୟ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ପତନ କାହିଁକି ହେଲା ଓ କିଏ ଦାୟୀ ତା’ର ସମୀକ୍ଷା ପାଇଁ କମିଟି ଗଢ଼ିପାରୁନଥିବା ନବୀନ ଏବେ ଦଳର ବିଭିନ୍ନ ୱିଙ୍ଗକୁ ପଙ୍ଗୁ କରି ରଖି ୧୫ଜଣିଆ କମିଟିକୁ ଦଳୀୟ କାର୍ଯ୍ୟକ୍ରମ ପାଇଁ…

Read More
onl1

ଷ୍ଟକ୍ ବଜାର‌ରେ ଝଡ଼: ଉଡ଼ିଗଲା ୧୭ ଲକ୍ଷ କୋଟି

ମୁମ୍ବାଇ: ଆମେରିକା ଅର୍ଥନୀତି ପ୍ରତି ମାନ୍ଦାବସ୍ଥା ବିପଦ ଏବଂ ଇରାନ୍ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆଶଙ୍କା ସାରା ବିଶ୍ବର ଷ୍ଟକ୍ ବଜାରକୁ ଦୋହଲାଇ ଦେଇଛି। କେବଳ ଭାରତ ନୁହେଁ, ବିଶ୍ବର ପ୍ରାୟ ସବୁ ପ୍ରମୁଖ ଷ୍ଟକ୍ ବଜାରରେ ନିବେଶକମାନେ କ୍ଷତି ସହିଛନ୍ତି। ବହୁ ନିବେଶକ ଭୟଭୀତ ହୋଇ ନିଜ ପାଖରେ ଥିବା ସେୟାର ବିକ୍ରି କରିଛନ୍ତି। ଆମେରିକାରୁ ଆରମ୍ଭ ହୋଇଥିବା ଏହି ଝଡ଼ ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଭାରତ ଆଦି ଦେଶକୁ ବ୍ୟାପିଛି। ଝଡ଼ର…

Read More
onl4

ପୁଣି ଜଳିଲା ବାଂଲାଦେଶ: ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ଗଲାଣି ୯୩ ଜଣଙ୍କ ଜୀବନ

ପୁଣିଥରେ ଅଶାନ୍ତ ହୋଇ ଉଠିଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀଙ୍କ ସହ ପୁଲିସ୍‌ର ମୁହାଁମୁହିଁ ହୋଇଛି। ହସନାଙ୍କ ଦଳର ଲୋକମାନେ ମଧ୍ୟ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାରୁ ସ୍ଥିତି ବେକାବୁ ହୋଇଛି। ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

Read More
onl3

ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା

ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ ବିଜେପିର ପ୍ରୟାସ ଆରମ୍ଭ କରିଛି। ଖାସ୍‌ କରି ହାରିଥିବା ସିଟ୍‌ ଉପରେ ଫୋକସ୍‌ କରିଛି ବିଜେପି। ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଜିତିବାକୁ ପ୍ରସ୍ତୁତ ହେଲା ଖସଡ଼ା। ବିଧାନସଭାରେ ୩୩ରୁ ୩୩ ଓ ଲୋକସଭାରେ ୫ ରୁ ୫ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ…

Read More
onl2

୨ୟ ଦିନିକିଆରେ ଭାରତକୁ ହରାଇଲା ଶ୍ରୀଲଙ୍କା

ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ ଆଜି ୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଛି।ଅଧିନାୟକ ରୋହିତ ଶର୍ମା ଏକାକୀ ଆରମ୍ଭରୁ ୪୪ ବଲରେ ୬୪ କରି ନେଲେ। ମଧ୍ୟଭାଗରେ ଅକ୍ଷର ପଟେଲ ୪୪ ଓ ଅନ୍ୟତମ ଓପନର ଶୁବମନ ଗିଲ ୩୫ ରନ ଇନିଂସ ଖେଳିଲେ। ତଥାପି ଷ୍ଟାର ଖଚିତ ଭାରତୀୟ ଟିମ ଟାର୍ଗେଟକୁ ହାସଲ କରିପାରିଲା ନାହିଁ। ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମ ଥର କୌଣସି ଦିନିକିଆ ସିରିଜ ଖେଳୁଥିବା…

Read More
onl1

ଓଡ଼ିଶାରେ ଲାଗୁ ହେବ ‘PESA’ ଆଇନ

ମନ୍ତ୍ରୀ ରବି ନାଏକ କହିଛନ୍ତି, ଆଦିବାସୀଙ୍କ ଅଧିକାର ପାଇଁ ପେଶା ଆଇନ ଆବଶ୍ୟକ। ସବୁ ନିର୍ବାଚନ ମଣ୍ଡଳୀକୁ କ୍ଲଷ୍ଟରରେ ଭାଗ କରାଯିବ। ଯେଉଁଠି ବ୍ୟକ୍ତି ଓ ପରିବାରସ୍ତରୀୟ ଅଧିକାର ସୁରକ୍ଷା ପାଇଁ ଯୋଜନା ହେବ। ଦେଶରେ ଆଦିବାସୀଙ୍କ ସଂଖ୍ୟା କମୁଛି। ଏହା ଗୁରୁତର ବିଷୟ। ତେଣୁ ସଚେତନ ହେବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍ ଆସିବା ନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ। ସୁପ୍ରିମକୋର୍ଟଙ୍କ…

Read More