admin

on5

ବହୁତୁଲେ ହେଲେ ଟିମ ଇଣ୍ଡିଆର ବୋଲିଂ କୋଚ୍‌

ଟିମ ଇଣ୍ଡିଆର ବୋଲିଂ କୋଚ ଭାବେ ନିଯୁକ୍ତି ପାଇଛନ୍ତି ଭେଟରାନ କ୍ରିକେଟର ସାଇରାଜ ବହୁତୁଲେ। ତାଙ୍କୁ ଆଜି ବିସିସିଆଇ ଟିମ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭାରତୀୟ ଟିମର ବୋଲିଂ କୋଚ୍‌ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ। ପ୍ରଥମେ…

Read More
on4

ବ୍ୟାପୁଛି ନିପା: ମୃତକଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ପଜିଟିଭ୍ ଚିହ୍ନଟ

ସୂଚନା ଅନୁସାରେ, କେରଳର ଜଣେ ୧୪ ବର୍ଷୀୟ ନାବାଳକ ନିପା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରୁ ନମୂନା ନିଆଯାଇ ପରୀକ୍ଷା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ୧୩ ଜଣଙ୍କ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେମାନେ ମଧ୍ୟ ମୃତକଙ୍କ ସଂସ୍ପର୍ଶରେ ଆସିଥିଲେ।  ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଗର୍ଗ କହିଛନ୍ତି ଯେ, ଗତକାଲି ନାବାଳକଙ୍କ ମୃତ୍ୟୁ ହୋଇଥିଲା। ୨୦୨୩ ପରଠାରୁ ଏହା ପ୍ରଥମ ଘଟଣା।…

Read More
on3

ନିଆଁ ଲାଗି କ୍ଷତିଗ୍ରସ୍ତ ହେଲା ଆଇଏନଏସ୍‌ ବ୍ରହ୍ମପୁତ୍ର, ଜୁନିୟର ସେଲର ନିଖୋଜ

ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନଏସ ବ୍ରହ୍ମପୁତ୍ରରେ ନିଆଁ ଲାଗି ଯାଇଛି। ମୁମ୍ବାଇରେ ଥିବା ନୌସେନା ଡକୟାର୍ଡରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଯୁଦ୍ଧ ପୋତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଜୁନିୟର ସେଲର ବା କନିଷ୍ଠ ନାବିକ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ନୌସେନା ପକ୍ଷହରୁ ଉଦ୍ୟମ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ସେନା ପାଇଁ ଏକାଧିକ କାର୍ଯ୍ୟ କରୁଥିବା ଆଇଏନଏସ୍‌ ବ୍ରହ୍ମପୁତ୍ରରେ କିଛି ମରାମତି…

Read More
on2

ରାଜ୍ୟପାଳଙ୍କ ପୁଅ କଥା ଉଠାଇ ସରକାରଙ୍କୁ ଘେରିଲେ ନବୀନ

ବିଧାନସଭା ପ୍ରଥମ ଦିନରୁ ଆଟାଙ୍କି ମୋଡ୍‌ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କ ପୁଅ ଓ ASO ବିବାଦକୁ ନେଇ ରାଜ୍ୟ ସରକାରକୁ ଘେରିଛନ୍ତି। ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ। ଏହା ମୋତେ ଆଘାତ ଦେଇଛି ବୋଲି ନବୀନ କହିଛନ୍ତି। ଗଣମାଧ୍ୟମକୁ ନବୀନ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲା ଭଳି ଲାଗୁଛି। ମୁଁ ସରକାରରେ ଥିବା ସମୟରେ ବିଧାୟକ, ମନ୍ତ୍ରୀ…

Read More
on1

ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷିବ !   

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ। ତେବେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ,…

Read More
on6

ଆମେରିକା ରାଜନୀତି: ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌

ୱାସିଂଟନ: ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଆଜି ଓହରି ଯାଇଛନ୍ତି। ଡେମୋକ୍ରାଟିକ ଦଳ ଚଳିତ ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ୮୧ ବର୍ଷୀୟ ବାଇଡେନ ପୁନଃ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି। ଦଳର ବରିଷ୍ଠ ନେତାମାନ ବାଇଡେନ ଓହରିଯିବା ଚାହୁଥିଲେ ଏବଂ ସପ୍ତାହେ ହେଲା ଏଥିପାଇଁ ପ୍ରବଳ ଚାପ ସୃଷ୍ଟି କରିଥିଲେ। ଏପରିକି ପୂର୍ବତନ ରାଷ୍ଟ୍ରପତି…

Read More
on5

ୟେମେନର ହୁତି ଶିବିରରେ ଇସ୍ରାଏଲ୍‌ର ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ବିମାନ ଆଜି ଇସ୍ରାଏଲ ଠାରୁ ୧୮୦୦ କିମି ଦୂର ୟେମେନର ହୁଦାୟଦା ବନ୍ଦର ସହର ଉପରେ ଜୋରଦାର ଆକ୍ରମଣ କରିଛି। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ଜଣ ଆହତ‌ ହୋଇଛନ୍ତି। ଦୁଇଦିନ ପୂର୍ବେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ତେଲ୍‌ ଆଭିଭ ଉପରେ ଡ୍ରୋନ୍‌ ଆକ୍ରମଣ କରିଥିଲେ। ଏଥିରେ ଜଣେ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବରେ ଆଜି ଇସ୍ରାଏଲ ୟେମେନରେ ଥିବା ହୁତି ବିଦ୍ରୋହୀଙ୍କ ଆଡ଼ା ଉପରେ…

Read More
on4

ଆଜିଠୁ ବିଧାନସଭା ଅଧିବେଶନ: ନଜର ପକାନ୍ତୁ ୫ ପ୍ରମୁଖ ବିନ୍ଦୁ

ଆଜିଠାରୁ ଆରମ୍ଭ ହେଉଛି  ଅଷ୍ଟାଦଶ ବିଧାନସଭାର  ପ୍ରଥମ ଅଧିବେଶନ। ମୋହନ ମାଝିଙ୍କ ସରକାର ସମୟରେ ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ଅନେକ ଦିଗରୁ ଏହା ଗୁରୁତ୍ୱପୂର୍ଣ୍ଣ।  ଆସନ୍ତୁ ନଜର ପକାଇବା ଏମିତି କିଛି ବିନ୍ଦୁ ଉପରେ ଯାହା ଏ ଅଧିବେଶନକୁ ନେଇ ଆପଣଙ୍କ ଜାଣିବା ଦରକାର। ମୋହନ ସରକାରଙ୍କ ଏହା ପ୍ରଥମ ଅଧିବେଶନ। ଏଥିରୁ ଜଣାପଡ଼ିବ ଶାସକ ଓ ବିରୋଧୀ କେବେ ଶକ୍ତ। ବିରୋଧି ଦଳକୁ ମଉନ କରିବାରେ ଶାସକ ଦଳ କେତେ ଆତ୍ମବିଶ୍ୱାସୀ। ଏବଂ କେମିତି…

Read More
on3

କ୍ରୀଡ଼ା ପୁରସ୍କାରରୁ ବିଜୁଙ୍କ ନାଁ ହଟିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାମ ବଦଳାଇ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ କରିଥିଲେ। ଏନେଇ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଗତ ୧୯ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜେଡି ଏହାକୁ କଡ଼ା ସମାଲୋଚନା କଲା। ୪୮ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ‘ୟୁ ଟର୍ଣ୍ଣ’ ମାରିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କହିଛନ୍ତି ଯେ ବିଜୁ ବାବୁଙ୍କ ନାମରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାରର ନାମ ବଦଳିବନି।…

Read More
on2

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC। କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି। ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଦିଆଯାଇଛି। ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଛନ୍ତି। ଏଥିସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି। ନୂଆକମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱରେ ରହିବେ। ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ପରେ କିଏ ହେବେ ନୂଆ…

Read More