admin

on1

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବା ହେତୁ ରାଜ୍ୟର ଅଧିକାଂଶ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି।…

Read More
on7

ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ “ବାରଙ୍ଗ ୧୯୯୯”

୧୯ ଜୁଲାଇରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ କଞ୍ଚାଲଙ୍କାର ୱେବ୍ ସିରିଜ୍ “ବାରଙ୍ଗ ୧୯୯୯” କୁ ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ଭାବେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରକୁ କଞ୍ଚାଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅକ୍ଷୟ କୁମାର ପରିଜା ଓ ସିରିଜର ନିର୍ଦ୍ଦେଶକ ଶ୍ରୀ ଅଜୟ ପାଢି ଗ୍ରହଣ କରିଛନ୍ତି। “ବାରଙ୍ଗ ୧୯୯୯” କାହାଣୀକୁ ଖାଲି ଓଡ଼ିଶା ନୁହଁ,ସାରା ଭାରତ ବର୍ଷ ଓ ଭାରତ…

Read More
on6

ମା’ବାପା ହେଲେ ରିଚା ଓ ଅଲୀ

ଜନକଜନନୀ ହୋଇଛନ୍ତି ଅଭିନେତା ଅଲୀ ଫଜଲ ଓ ଅଭିନେତ୍ରୀ ରିଚା ଚଡ୍ଡା। ଜୁଲାଇ ୧୬ରେ ଏକ ଶିଶୁକନ୍ୟାକୁ ପ୍ରସବ କରିଛନ୍ତି ରିଚା। ଆଜି ଉଭୟ ରିଚା ଓ ଅଲୀ ଏ ସଂପର୍କରେ ଘୋଷଣା କରିଛନ୍ତି। ରିଚା ଓ ଅଲୀ ୨୦୨୨ରେ ବାହା ହୋଇଥିଲେ। ଗତ ଫେବ୍ରୁଆରୀ ମାସରେ ରିଚା ଗର୍ଭବତୀ ଥିବା କଥା ଘୋଷଣା କରିଥିଲେ। ସେହିପରି ଜୁଲାଇ ୧୪ ତାରିଖରେ ରିଚା ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି କୁନି ସଦସ୍ୟଙ୍କ ଆଗମନକୁ ଅପେକ୍ଷା କରିଥିବା କଥା ଲେଖିଥିଲେ। …

Read More
on5

ବାଂଲାଦେଶରେ କର୍ଫ୍ୟୁ ଲାଗୁ, ଗଲାଣି ୧୦୫ ଜୀବନ

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ବେକାବୁ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଯବାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଉଛି। ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ଏହି ଆନ୍ଦୋଳନରେ ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ…

Read More
on4

ନିଟ-ୟୁଜି ବିବାଦ: ଗୁଜରାଟର ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୮୫% ପିଲା ହାସଲ କରିଛନ୍ତି ଯୋଗ୍ୟତା

ନିଟ-ୟୁଜି ପରୀକ୍ଷାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟର ଗୋଟିଏ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୮୫% ପିଲା ନିଟ୍‌-ୟୁଜିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହାର ଅର୍ଥ ସେମାନେ ମେଡିକାଲ କଲେଜରେ ସିଟ ପାଇବାକୁ ଯୋଗ୍ୟ ହୋଇଛନ୍ତି।  ଆଜି ଏନଟିଏ ସହର ଓ କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ କରିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ମେ’ ୪ ତାରିଖରେ ସର୍ବଭାରତୀୟ ସ୍ତରରେ ଫଳାଫଳ ପ୍ରକାଶ ପାଇଥିଲା।…

Read More
on3

ନିଟ ମାମଲା: ମାଷ୍ଟରମାଇଣ୍ତ ଓ ୨ ମେଡିକାଲ ଛାତ୍ରଙ୍କୁ ବାନ୍ଧିଲା ସିବିଆଇ

ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ସହ ଜଡ଼ିତ ୬ଟି ମାମଲାରେ ସିବିଆଇ ଇତି ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିସାରିଲାଣି।ନିଟ-ୟୁଜି ପେପର ଲିକ୍‌ ମାମଲାରେ ଆଜି ସିବିଆଇ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ପେପର ଲିକ୍‌ ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ କୁହାଯାଉଥିବା ଏନଆଇଟ ଜାମସେଦପୁରରୁ ବିଟେକରେ ଗ୍ରାଜ୍ୟୁଏଟ ହୋଇଥିବା ଜଣେ ଯୁବକ ରହିଛନ୍ତି। ସେହିପରି ଲିକ ପ୍ରଶ୍ନପତ୍ରର ସମାଧାନ କରୁଥିବା ୨ ଜଣ ଏମବିବିଏସ୍‌ ଛାତ୍ର ମଧ୍ୟ ଧରା ପଡ଼ିଛନ୍ତି। ମେଡିକାଲ ପ୍ରବେଶିକା ପରୀକ୍ଷାରେ…

Read More
on2

ଭୀଷଣ ବର୍ଷାରେ ମୁମ୍ବାଇରେ ଭୁଶୁଡିଲା ବିଲ୍ଡି : ୧ ମୃତ, ୧୩ ଆହତ

 ଭୀଷଣ ବର୍ଷା ଯୋଗୁ ଶନିବାର ମୁମ୍ବାଇ ଗ୍ରାଣ୍ଡ ରୋଡରେ ଥିବା ଏକ ପୁରୁଣା ବିଲିଂର ବାଲକୋନୀ ଭୁଶୁଡି ପଡିଛି। ଏଥିରେ ଜଣେ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ଦମକଳ ବିଭାଗ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ମୃତାହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ବେଳେ ବିଲ୍ଡିଂରେ ଥ‌ିବା ଅନ୍ୟ ପରିବାରଙ୍କୁ ନିରାପଦ ସହିତ ବାହାରକୁ ବାହାର କରାଯାଇଛି।ସୁଚନା ଅନୁଯାୟୀ ଗ୍ରାଣ୍ଡ ରୋଡରେ…

Read More
on1

ଶଙ୍ଖ ଭବନକୁ ‌ନେଇ କେଁ: ରାଜ୍ୟବାସୀଙ୍କ କେଉଁ ସ୍ୱାର୍ଥରେ ଲାଗୁଛି ଶଙ୍ଖ ଭବନ?

ଭୁବନେଶ୍ୱରର ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରେ ବିଜେଡିର ରାଜ୍ୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି ।ୟୁନିଟ-୬ରେ ନିର୍ମାଣ ହୋଇଥିବା ବିଜେଡିର ମୁଖ୍ୟାଳୟ ‘ଶଙ୍ଖ ଭବନ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ମୋଟ୍ ୪ଟି ପ୍ଲଟ୍ ଯଥା ପ୍ଲଟ୍ ନଂ-୭୯୭ର ଆଂଶିକ, ୮୦୦, ୭୯୭/୮୪୯ ଏବଂ ୭୯୮ର ଆଂଶିକର ୧ଏକର ୧୮୩ଡିସିମିଲ ଜମି ବିଜେଡି ମୁଖ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ପ୍ଲଟ୍ ନଂ-୭୯୮ର କିସମ ହେଉଛି ସଡ଼କ। ସଡ଼କ…

Read More
on4

ବିଜେଡି ବିଧାୟକଙ୍କ ସହଯୋଗୀଙ୍କୁ ରାସ୍ତାରୁ ଉଠାଇ ନେଲା ଭିଜିଲାନ୍ସ

ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗୀ ଦିନେଶ କୁମାର ରାଉତଙ୍କୁ ରାସ୍ତାରୁ ଉଠାଇ ନେଲା ଭିଜିଲାନ୍ସ। ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଓ ବୋଲେରୋ ଜବତ କରିଛି। ଏଥିସହ ତାଙ୍କ ଘର ଓ ଦୋକାନରେ ଭିଜିଲାନ୍ସ ଚଢ଼ଉ ଚଳାଇଛି। କଳାହାଣ୍ଡି ଜିଲ୍ଲା ବିଜେଡି ସମ୍ପାଦକ ତଥା ଗୋଲାମୁଣ୍ଡା ବ୍ଲକ୍‌ ବୃନ୍ଦାବାହାଲ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଦିନେଶ କୁମାର ରାଉତ। ସେ ହେଉଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗୀ। ଆଜି ସେ ଗୋଲାମୁଣ୍ଡାରୁ…

Read More
2

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ହୋଇଛି। କଟକ SCB ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୨ ଦିନ ତଳେ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ କମଳା ପୂଜାରୀ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର।

Read More