admin

onl7

ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ: ବିପଦରେ ଯୁବବର୍ଗ

ନୂଆଦିଲ୍ଲୀ: ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କିନ୍ତୁ, ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ପୃଥକ ମାମଲା।  ତେବେ ଏହି ଭୁତାଣୁର ଷ୍ଟ୍ରେନ୍ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବିଶ୍ବସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ଭୁତାଣୁଠାରୁ ଭିନ୍ନ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା…

Read More
onl6

ଭଙ୍ଗା ହେବ ଓଡ଼ିଶା ଭବନ

ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ- ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ…

Read More
onl5

ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ, ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହେଲାଣି। ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ତିନି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏହି ତିନି ଜିଲ୍ଲା ହେଉଛି ମାଲକାନଗିରି, ଗଂଜାମ ଓ କୋରାପୁଟ। ପରିସ୍ଥିତିକୁ ନଜରରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆଜି ଏହି ତିନି ଜିଲ୍ଲାର ସମସ୍ତ…

Read More
onl4

ଆର୍‌ଜି କର ହସ୍ପିଟାଲ ଘଟଣା: ସାଂସଦଙ୍କ ଇସ୍ତଫା, ମମତାଙ୍କୁ ଘେରିଲେ

କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ‘ବେପରୁଆ ପଦକ୍ଷେପ’କୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଜହର ସରକାର ରବିବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ…

Read More
onl2

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ: ଭାରତୀୟ ଦଳ ଘୋଷଣା

କୋଲକାତା: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଜସପ୍ରୀତ ବୁମ୍ରା ଏବଂ ଋଷଭ ପନ୍ତ ଫେରିଛନ୍ତି। ଏହା ବ୍ୟତୀତ ଦୁଲିପ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ୟଶ ଦୟାଲ ଏବଂ ଆକାଶ ଦୀପଙ୍କୁ ମଧ୍ୟ ଏକ ସୁଯୋଗ ମିଳିଛି। ଦୁଇ ମ୍ୟାଚ୍ ବିଶିଷ୍ଟ ରେଡ୍ ବଲ୍ ସିରିଜର…

Read More
onl`

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ; ମଧ୍ୟାହ୍ନରେ ପୁରୀ ଅତିକ୍ରମ କରିବ

ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତହୋଇଛି। ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଛି। ଆଜି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।  ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି…

Read More
onl3

ହୋକାତୋଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ପ୍ୟାରିସ୍‌: ପୁରୁଷ ସଟ୍‌ପୁଟ୍‌ (ଏଫ୍‌୫୭)ରେ କାଂସ୍ୟ ପଦକ ଜିତିଥିବା ହୋକାତୋ ହୋତୋଝି ସୀମାଙ୍କକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣାମଧ୍ୟରେ କରିଥିବା ପୋଷ୍ଟ୍‌ରେ ହୋକାତୋଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ଏହାଦ୍ବାରା ଭାରତର ପଦକ ସଂଖ୍ୟା ୨୭ରେ ପହଞ୍ଚିଥିବା ଉଲ୍ଲେଖ କରିଥିଲେ। ଏହି ଇଭେଣ୍ଟରେ ହୋକାତୋ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ୧୪.୬୫ ମିଟର ଥ୍ରୋ ସହିତ ସେ ତୃତୀୟ ସ୍ଥାନରେ ରହିଥିଲେ। ଏହାଦ୍ବାରା ସେ ନାଗାଲାଣ୍ଡର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ପାରାଲିମ୍ପିକ୍ସ…

Read More
onl2

ସାହସ ଅଛି ତ ହରିୟାଣା ଆସି ଭିନେଶଙ୍କ ବିରୋଧରେ ପ୍ରଚାର କର: ବଜରଙ୍ଗ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତ ଶୁକ୍ରବାର କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ । ଏହାପରେ ଦଳ ତାଙ୍କୁ ହରିୟାଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଭିନେଶ କଂଗ୍ରେସରେ ସାମିଲ ହେବାପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣଜନତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଉଭୟଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି।…

Read More
onl1

ଆଜି ନୂଆଁଖାଇ, ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ

ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସିବେ ସମସ୍ତେ। ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ। ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ଆଜି ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ…

Read More
onl3

ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ପାରାଦୀପ ବାଉରିଆପାଳନ୍ଦା ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଅନ୍ୟ ଏକ ବଗି ଟ୍ରାକ ବାହାରକୁ ଆସି ଓଲଟି ପଡ଼ିଥିଲା। ପୋର୍ଟ କର୍ମଚାରୀ ଓ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା…

Read More