admin

onl2

ଗୁଜରାଟରେ ପ୍ରବଳ ବର୍ଷା; ୩ ମୃତ, ୨୦ ହଜାରରୁ ଅଧିକ ସ୍ଥାନାନ୍ତର

ଗୁଜରାଟରେ ଜାରି ରହିଛି ପ୍ରବଳ ବର୍ଷା। ଦୁଇ ଦିନ ହେବ ଲଗାଣ ବର୍ଷା ପରେ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କାନ୍ଥ ଭୁଶୁଡ଼ି କିମ୍ବା ଅନ୍ୟାନ୍ୟ କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଗାମୀ କିଛି ଦିନ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଭାରତ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଅଗଷ୍ଟ ୨୯ ତାରିଖ ସକାଳ…

Read More
onl1

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ୩୧ ଯାଏଁ ପ୍ରବଳ ବର୍ଷିବ

ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ଓ ସନ୍ନିକଟ ଉତ୍ତର ବଙ୍ଗୋପ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆଗାମୀ ୨ ଦିନରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଇଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ…

Read More
onl4

କୋଲକାତା ଲଜ୍ଜା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା

କୋଲକତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ରଣକ୍ଷେତ୍ର ପାଲଟିଛି ପଶ୍ଚିମବଙ୍ଗ। ଗତକାଲି ଛାତ୍ର ସଙ୍ଗଠନ ନବାନ୍ନ ରାଲି କରିଥିଲା। ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ ହେଉଛି। ଏହାରି ଭିତରେ ପୀଡିତା ପରିବାରକୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆର୍‌ଜିକର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା…

Read More
onl3

ମଣିଷ ଦେହରେ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଏନେଇ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ଏଥିଲାଗି ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନ୍ସ କରାଯାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲା ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଜଣେ…

Read More
onl1

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଅନୁଗୁଳ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ବଏଜା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଧଉରାପାଲି ପଞ୍ଚାୟତ ବଏଜା ଗ୍ରାମର ଆର୍ତ୍ତ ମିର୍ଦ୍ଧା (୪୦) ଏବଂ ବାମୁର ପଂଚାୟତ ରେଙ୍ଗାଳବେଡ଼ା ଗ୍ରାମର ରୀନା ମାହାର (୩୦) ପାଇଖାନା ଟାଙ୍କି ଭିତରେ ପଶି କାମ କରୁଥିଲେ…

Read More
onl2

କୋଲକତା ବନ୍ଦ ପାଳନ ବେଳେ ହିଂସାକାଣ୍ଡ; ବିଜେପି ନେତାଙ୍କ ଗାଡ଼ି ଉପରକୁ ଫାୟାରିଂ

କୋଲକାତା ଲଜ୍ଜା ଘଟଣାରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଘଟୁଛି ହିଂସାକାଣ୍ଡ । ଏପରି ସ୍ଥିତିରେ ଭାଟପଡ଼ାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରକୁ ହୋଇଛି ଅତର୍କିତ ଗୁଳିମାଡ଼ । ପଶ୍ଚିମବଙ୍ଗ ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ବିଜେପି ନେତା ପ୍ରିୟାଙ୍ଗୁଙ୍କ ଡ୍ରାଇଭର କାର୍ ଚଳାଉଥିବା ବେଳେ ହଠାତ୍ କିଛି…

Read More
onl7

ଆସିଲା ‘ସୁଭଦ୍ରା’ର ଗାଇଡ୍‌ଲାଇନ: କେଉଁମାନେ ଯୋଗ୍ୟ,କେଉଁମାନେ ଅଯୋଗ୍ୟ,କେମିତି କରିବେ ଆବେଦନ,କ’ଣ ସବୁ ଆବଶ୍ୟକ ଜାଣିନିଅନ୍ତୁ

ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ‘ସୁଭଦ୍ରା’ର ଗାଇଡ୍‌ଲାଇନ୍ ଆସିଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ର ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ବାର୍ଷିକ ୧୦ ହଜାର ଟଙ୍କା ହାରରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଅର୍ଥାତ୍ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ବାର୍ଷିକ ୧୦ ହଜାର ଟଙ୍କାରୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ଜମା କରାଯିବ। ପ୍ରତି…

Read More
onl6

ରେଳବାଇରେ ବାହାରିଛି ନିଯୁକ୍ତି ସୁଯୋଗ, ହଜାରେ ଉପରେ ପଦବୀ ଖାଲି

ରେଳବାଇରେ ବାହାରିଛି ନିଯୁକ୍ତି ସୁଯୋଗ । ଏକାଥରେ ହଜାରେ ଉପରେ ପଦ ଖାଲି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ତୁରନ୍ତ ଆବେଦନ କରନ୍ତୁ। ଏଥିନିମନ୍ତେ ସେମାନେ indianrailways.gov.in ୱେବସାଇଟ୍‌କୁ ଯାଇ ଆବେଦନ କରି ପାରିବେ। ରେଳବାଇର ପାରା ମେଡିକାଲ ପଦ ୧୩୭୬ଟି ଖାଲି ରହିଛି  ଖାଲିଥିବା ପଦବୀ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ – ୭୧୩ ହେଲଥ୍‌ ଆଣ୍ଡ ମ୍ୟାଲେରିଆ ଇନ୍ସପେକ୍ଟର-୧୨୬ ଡାଏଟିସିଆନ-୫ ଫିଲ୍ଡ ୱାର୍କର-୧୯ ଲାବରୋଟ୍ରୋରୀ ଆସିଷ୍ଟାଣ୍ଟ-୯୪ ଇସିଜି ଟେକନିସିଅନ- ୧୩ optometrist -୪ କାର୍ଡିଆକ୍‌…

Read More
onl5

ଆକ୍ସନ୍‌ ମୁଡ୍‌ରେ ମୋହନ ସରକାର: ଡିସେମ୍ବର ସୁଦ୍ଧା ସବୁ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଜ୍ଞାପନ, ଆସନ୍ତା ମାସରୁ ନିଯୁକ୍ତି ମେଳା

ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏବେ ପୁରା ଆକ୍ସନ ମୁଡ୍‌କୁ ଆସିଛନ୍ତି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ପଦବୀ ମଧ୍ୟରୁ ଖାଲିପଡ଼ିଥିବା ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ପୂରଣ ପାଇଁ ସରକାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ କୁହାଯାଇଛି…

Read More
onl4

ବାର୍ଡଫ୍ଲୁ : କିଛି ଦିନ ଚିକେନ୍ ନଖାଇବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହେବାପରେ ଆଗାମୀ କିଛିଦିନ ପାଇଁ ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି । ତେବେ ଆତଙ୍କିତ ହେବାର କୌଣସି କାରଣ ନାହିଁ, ସରକାର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଯାହା ପଦକ୍ଷେପ ନେବା ଦରକାର ତାହା ନେଉଛନ୍ତି ବୋଲି ସେ କହିଛନ୍ତି । ଡାକ୍ତର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ବାର୍ଡଫ୍ଲୁ ଆସିଛି ଓ ତାକୁ ଆମେ ସଫଳତାର ସହ…

Read More