admin

onl3

ୟୁକ୍ରେନ ଉପରେ ରୁଷର ବଡ଼ ଧରଣର ଆକ୍ରମଣ, ହାଇଆଲର୍ଟ ଜାରି

କିଛି ଦିନର ବିରତି ପରେ ପୁଣି ତୀବ୍ର ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ରାଜଧାନୀ କିଭ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ।  ସୂଚନା ମୁତାବକ, ପ୍ରଥମେ ରୁଷ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ଏହାପରେ ରୁଷ ୟୁକ୍ରେନର ରାଜଧାନୀ କିଭ୍ ସମେତ ଏକାଧିକ ସହର ଉପରେ ମିସାଇଲ ମାଡ଼ କରିଛି। ଫଳରେ ୟୁକ୍ରେନର ବିଭିନ୍ନ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି। ଲୋକମାନେ ଭୟଭୀତ ହୋଇ ଭୂତଳ ମେଟ୍ରୋ ଷ୍ଟେସନ ଏବଂ ବଙ୍କରରେ ଲୁଚି ଯାଇଛନ୍ତି। ସୋଶାଲ ମିଡିଆରେ…

Read More
onl2

ପଦ୍ମ ଧରିବେ ଚମ୍ପାଇ ସୋରେନ୍‌

ରାଞ୍ଚି: ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ଚମ୍ପାଇ ସୋରେନ୍‌ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ମିଶିବାକୁ ଯାଉଛନ୍ତି। ବିଳମ୍ବିତ ରାତ୍ରିରେ ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ହିମନ୍ତ ବିଶ୍ବ ଶର୍ମା ସୂଚନା ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ତାଙ୍କ ପୋଷ୍ଟ୍‌ରେ ଚମ୍ପାଇ ସୋରେନ୍‌ଙ୍କୁ ଜଣେ ବିଶିଷ୍ଟ ଆଦିବାସୀ ନେତା ବୋଲି ସମ୍ବୋଧନ କରିଛନ୍ତି।  ଗତ ସପ୍ତାହ‌ରେ ୬୭ ବର୍ଷୀୟ ନେତା ଚମ୍ପାଇ ସୋରେନ୍‌ ଜେଲ୍‌ରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ…

Read More
onl1

ଜୟ ଶାହଙ୍କ ପରେ ଜେଟଲୀଙ୍କ ପୁଅ ହେବେ ବିସିସିଆଇ ସମ୍ପାଦକ!

ବର୍ତ୍ତମାନ ବିସିସିଆଇ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଜୟ ଶାହ ଖୁବଶୀଘ୍ର ଆଇସିସିର ଅଧ୍ୟକ୍ଷ ହୋଇପାରନ୍ତି। ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜୟ ଶାହ ଏହି ପଦକ ସମ୍ଭାଳିବେ ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। ଆଇସିସି ଅଧ୍ୟକ୍ଷ ପଦ ରେସରେ ସାମିଲ ହେବାକୁ ଜଣେ ଆଶାୟୀଙ୍କୁ ପ୍ରୋପଜର ଓ ସେକେଣ୍ଡରର ଆବଶ୍ୟକତା ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖୋଲାଖୋଲି ଭାବେ ଶାହଙ୍କୁ ସମର୍ଥନ କରିବେ। ତେଣୁ ସେ ଆଇସିସିର ଅଧ୍ୟକ୍ଷ ହେବା ଏକ…

Read More
onl3

ପାକିସ୍ତାନ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ, ଶେଷ ଦିନରେ ହେଲା କମାଲ

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟକୁ ନାଟକୀୟ ଢଙ୍ଗରେ ଜିତି ଇତିହାସ ରଚିଛି ବାଂଲାଦେଶ। ପାକିସ୍ତାନକୁ ଘରୋଇ ପରିବେଶରେ ଧୂଳି ଚଟାଇଛି ବାଂଲାଦେଶ। ଏହା ପାକିସ୍ତାନ ବିପକ୍ଷରେ ବାଂଲାଦେଶର ପ୍ରଥମ ଟେଷ୍ଟ ବିଜୟ। ଏହାପୂର୍ବରୁ ଦୁଇ ଦଳ ୧୫ ଥର ଟେଷ୍ଟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ପାକିସ୍ତାନ ଜିତୁଥିଲା କିମ୍ବା ମ୍ୟାଚ୍‌ ଡ୍ର ହେଉଥିଲା। ହେଲେ ରାୱଲପିଣ୍ଡିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ର ଶେଷ ଦିନରେ ବାଂଲାଦେଶ କମାଲ କରି ଦେଇଛି। ନାଟକୀୟ ଢଙ୍ଗରେ ଦଳ…

Read More
onl2

କ୍ୟାପିଟାଲ ହସ୍ପିଟାଲ ନିଦାନରେ ଅବ୍ୟବସ୍ଥା: ରୋଗୀ ସଂଖ୍ୟା‌ ବଢ଼ୁଛି

ଭୁବନେଶ୍ବର: ନୟାଗଡ଼ର ରମେଶ ସାହୁ କ୍ୟାପିଟାଲ ହସ୍ପିଟାଲର ମେଡିସିନ ବିଭାଗକୁ ରୋଗ ଦେଖାଇବାକୁ ଆସିଥିଲେ। ସେ ଡାକ୍ତରଙ୍କୁ ପୂର୍ବାହ୍ନ‌ରେ ରୋଗ ଦେଖାଇବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୟାପିଟାଲ ହସ୍ପିଟାଲର ନିଦାନରେ ପ୍ରାୟ ୨ଟା ବେଳକୁ ପରୀକ୍ଷା ପାଇଁ ରକ୍ତ ନମୁନା ଦେଲେ। ୫ଟାରେ ଓପିଡି ବନ୍ଦ ହେବା ପୂର୍ବରୁ ସେ ୪ଟାରୁ ବ୍ଲଡ ‌ରିପୋର୍ଟ ପାଇଁ ଧାଡ଼ିରେ ଛିଡ଼ା ହେଲେ। କିନ୍ତୁ ତାଙ୍କୁ ତାଙ୍କ ରିପୋର୍ଟ ମିଳିଲା ନାହିଁ। ଏତେ ଦୂରରୁ ଆସିଛନ୍ତି ରିପୋର୍ଟ ପାଇଁ…

Read More
onl1

ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି…

Read More
onl3

ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ

କେବେ ଫେରିବେ ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ଏନେଇ ନାସା ସ୍ପଷ୍ଟ କରିଛି। ଆସନ୍ତା ବର୍ଷ ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ବ୍ଲିମୋର। ଏଇ ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା…

Read More
onl2

ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ପୁରୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ମୁଖ୍ୟ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ସୂଚନାଯୋଗ୍ୟ, ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ବହୁ ଚର୍ଚ୍ଚିତ…

Read More
onl1

ତୃତୀୟ ବିଶ୍ୱଯୁଦ୍ଧ : ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା

ଜେରୁଜେଲମ୍: ଲେବାନନର  ହିଜବୁଲ ଇସ୍ରାଏଲ ଉପରେ ବଡ଼ ଧରଣର ରକେଟ୍ ଆକ୍ରମଣ ଆରମ୍ଭ କରିଛି। ଏହା ସହିତ ହିଜବୁଲ ମଧ୍ୟ ଏକ ବଡ଼ ଧରଣର ସାମରିକ ଅପରେସନ ପାଇଁ ଘୋଷଣା କରିଛି। ହିଜବୁଲ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସାମରିକ ଶିବିରକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ଲୋଡ୍ ଡ୍ରୋନ୍ ଆକ୍ରମଣ ଆରମ୍ଭ କରାଯାଇଛି।  ହିଜବୁଲ ଇସ୍ରାଏଲ ଉପରେ ୩୨୦ରୁ ଅଧିକ କାତ୍ୟୁଷା ରକେଟ୍ ମାଡ଼ କରିଥିବା ଦାବି କରିଛି। ଜେରୁଜେଲମ୍…

Read More
onl3

ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ଜେଲେନସ୍କିଙ୍କୁ ଆଲିଙ୍ଗନ କଲେ, ସାନ୍ତ୍ୱନା ଦେଲେ

ଯୁଦ୍ଧରେ ଛାରଖାର ହୋଇ ଯାଇଥିବା ୟୁକ୍ରେନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କି ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ସମୟରେ ଦୁଇ ରାଷ୍ଟ୍ର ନେତା କରମର୍ଦ୍ଦନ କରିବା ସହ ଆଲିଙ୍ଗନ କରିଥିବା ଦେଇଖିବାକୁ ମିଳିଛି। ଏହାପରେ ମୋଦି ଓ ଜେଲେନସ୍କି ଦେଶର ଶହୀଦ ସ୍ମାରକୀ ପରିଭ୍ରମଣ କରିଛନ୍ତି। ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୁଦ୍ଧରେ ପ୍ରାଣ ହରାଇଥିବା ଛୋଟ ପିଲାମାନଙ୍କ ସ୍ମୃତି ବୁଲି ଦେଖାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି…

Read More