admin

onl2

କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଶିଖର ଧଓ୍ୱନ

ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଗବ୍ବର୍‌ ତଥା ଷ୍ଟାର ଓପନର୍‌ ଶିଖର ଧଓ୍ୱନ। ୧୪ ବର୍ଷର କ୍ରିକେଟ ଯାତ୍ରାରେ ଲାଗିଲା ଫୁଲ୍‌ଷ୍ଟପ୍‌। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି।  ଶିଖର ସୋଶାଲ ମିଡିଆରେ ଭିଡିଓ ଜାରି କରି କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କହିଛନ୍ତି। ଏଥିସହ କ୍ରିକେଟରୁ ଅବସର ଘୋଷଣା କରିବା ବେଳେ…

Read More
onl1

ମହାନଦୀକୁ ଡେଇଁପଡ଼ିଲେ ନବମ ଛାତ୍ରୀ

ସକାଳୁ ସକାଳୁ ମହାନଦୀକୁ ଡେଇଁପଡ଼ିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଛାତ୍ରୀଜଣଙ୍କ ଡେଇଁପଡିଥିବା ସୂଚନା ମିଳିଛି। ଛାତ୍ରୀଙ୍କ ନାଁ କାଜଲ ବୋଲି ଜଣାପଡ଼ିଛି। କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।  ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ମାତ୍ର ସେ ଚାଉଁରପୁର ବ୍ରିଜ ନିକଟରେ  ଏହାପରେ ସେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ଏହାଦେଖି ମଣ୍ଣିଂୱାକ୍‌…

Read More
onl4

ଲୁସାନେ ଡାଇମଣ୍ଡ ଲିଗ୍: ଅଲିମ୍ପିକ୍ସ ପରେ ନୀରୋଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ପ୍ୟାରିସ୍ ଅଲିମ୍ପିକ୍ସ ପରେ ସିଜିନର ବେଷ୍ଟ ଥ୍ରୋ କରିଛନ୍ତି ଭାରତର ଜାଭଲିନ ଷ୍ଟାର୍ ନୀରଜ ଚୋପ୍ରା। ଲୁସାନେ ଡାଇମଣ୍ଡ ଲିଗ୍ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ୮୯.୪୯ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ନୀରଜ। ଏହି ଥ୍ରୋ ସହ ନୀରଜ ଡାଇମଣ୍ଡ ଲିଗର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।  ଆସନ୍ତା ମାସରେ ବେଲଜିୟମର ବ୍ରୁସେଲ୍ସରେ ଡାଇମଣ୍ଡ ଲିଗ୍ ଖେଳାଯିବ। ତେବେ ଲୁସାନେ ଡାଇମଣ୍ଡ ଲିଗରେ ନୀରଜଙ୍କ ଥ୍ରୋ ୮୯.୪୯ ମିଟର ଥିବାବେଳେ  ଗ୍ରେନେଡାର ଆଣ୍ଡରସନ ପିଟର ୯୦.୬୧ ମିଟର ଫୋପାଡ଼ି ପ୍ରଥମ ହୋଇଛନ୍ତି। ସେହିପରି ଜର୍ମାନୀର…

Read More
onl3

ନେପାଳରେ ନଦୀକୁ ଖସିଲା ବସ୍‌; ୧୪ ଭାରତୀୟ ମୃତ

ନେପାଳରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪୦ ଭାରତୀୟ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍‌ ନଦୀକୁ ଖସି ପଡ଼ିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାୟ ୪୦ ଭାରତୀୟ ଯାତ୍ରୀ ପୋଖରାର ଏକ ରିସର୍ଟରେ ଥିଲେ। ସେମାନଙ୍କୁ ଧରି ବସ୍‌ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ମାତ୍ର ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍‌ଟି ମାର୍ସାଙ୍ଗଗଡ଼ି ନଦୀକୁ ଖସି ପଡ଼ିଥିଲା। ଖବର ପାଇ ନେପାଳ ପ୍ରଶାସନ ପକ୍ଷରୁ ତୁରନ୍ତ…

Read More
onl2

କୋଲକାତା ହରର: ସିସିଟିଭିରୁ ଆସିଲା ସଞ୍ଜୟ ସମ୍ପର୍କରେ ସାଂଘାତିକ ତଥ୍ୟ

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟ ସମ୍ପର୍କରେ ସିବିଆଇକୁ ମିଳିଛି ବଡ଼ ତଥ୍ୟ। ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ସଞ୍ଜୟ ଘଟଣା ଦିନ ରାତିରେ କ’ଣ କରୁଥିଲା, ସେକଥା ଜଣାପଡ଼ିଛି। ସିବିଆଇର ମନୋବିଶ୍ଲେଷକ ଟିମ ସଞ୍ଜୟକୁ ପଶୁ ପ୍ରବୃତ୍ତି ଥିବା ଯୌନ ବିକୃତ ମଣିଷ ଭାବେ ଅଭିହିତ କରିଥିବା ବେଳେ ଆଜି ତା’ ସମ୍ପର୍କରେ ନୂଆ ସୂଚନା ଦେଇଛି। ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ…

Read More
onl1

ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର; ସ୍ଥାନାନ୍ତର ହେଉଛି ଖାଲି ସିନ୍ଦୁକ ଓ ଆଲମିରା

ଆଜି ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରାଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି। ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି…

Read More
onl5

ପୁଣି ଥରେ ବିଜେପି-ବିଜେଡି ମୁହାଁମୁହିଁ, ୬ଟି ବ୍ଲକରେ ଆଜି ଉପନିର୍ବାଚନ

ଆଜି ରାଜ୍ୟର ୬ଟି ବ୍ଲକରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ୨୪ ପଟ୍ଟ ପରିବର୍ତ୍ତନ ପରେ ପୁଣି ନିର୍ବାଚନ ମୈଦାନରେ ମୁହାଁମୁହିଁ ହେଉଛନ୍ତି ବିଜେପି-ବିଜେଡି। ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ଥିଲା ବିଜେଡି ପାଖରେ। କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ। ସବୁଠି ଛକାପଞ୍ଝା ସ୍ଥିତି ଲାଗି ରହିଥିବା ବେଳେ ଏସବୁ ସିଟ୍ ହାତେଇବାକୁ ରଣକୌଶଳ ଆରମ୍ଭ କରି ଦେଇଛନ୍ତି ବିଜେପି ଆଉ ବିଜେଡି।…

Read More
onl6

୩ ଘୁର୍ଣ୍ଣିବଳୟର ପ୍ରଭାବ: ୫ ରୁ ୭ ଦିନ ଯାଏଁ ପ୍ରବଳ ଲଘୁଚାପ ବର୍ଷା ସମ୍ଭାବନା, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଏହା ଉତ୍ତର ଦିଗକୁ ଗତିକରୁଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ସହ ଝାଡ଼ଖଣ୍ଡ ତଥା ଆଖପାଖ ଅଞ୍ଚଳରେ ମଧ୍ୟ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଆସନ୍ତା ୨୪ ତାରିଖ…

Read More
onl4

ଟ୍ରମ୍ପଙ୍କ ଅଫର୍‌, ମନ୍ତ୍ରୀ ହେବେ ଏଲନ୍‌ ମସ୍କ!

ଆଗକୁ ଏଲନ୍‌ ମସ୍କଙ୍କ ଦେଖିବାକୁ ମିଳିବ ନୂଆ ରୂପ। କ୍ୟାବିନେଟ୍‌ ମନ୍ତ୍ରୀ ହେବେ ବିଶ୍ୱର ସବୁଠୁ ଧନୀ ତଥା ଟେସଲା ମାଲିକ ଏଲନ୍‌ ମସ୍କ। ତାଙ୍କୁ ମନ୍ତ୍ରୀ ମଦ ଅଫର୍‌ କରିଛନ୍ତି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେବଳ ସେତିକି ନୁହେଁ ଏଲନ୍‌ ମସ୍କ ମଧ୍ୟ ଏହାକୁ ସ୍ୱୀକାର କରିଥିବା ସୂଚନା ମିଳିଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋର୍‌ସୋର୍‌ରେ ପ୍ରଚାର ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ…

Read More
onl3

ହକି ହିରୋଙ୍କ ସ୍ୱାଗତରେ କମ୍ପିଲା ରାଜଧାନୀ ଭୁବନେଶ୍ୱର

ହକି ହିରୋଙ୍କୁ ମିଳିଲା ବିପୁଳ ସମ୍ବର୍ଦ୍ଧନା। ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରକମ୍ପିତ ହେଲା ରାଜଧାନୀ ଭୁବନେଶ୍ୱର। ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରୁ ଲୋକସେବା ଭବନ ଯାଏ ସବୁଠାରେ କେବଳ ହକିର ଚର୍ଚ୍ଚା। ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ୍ ଆଜି ଭୁବନେଶ୍ୱର ଆସିଥିବା ବେଳେ ସେମାନଙ୍କୁ ମିଳିଛି ଓଡ଼ିଶାବାସୀଙ୍କ ଭଲପାଇବା। ରୋଡ ଶୋ’ ବେଳେ ଶହଶହ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ହକି  ଖେଳାଳିଙ୍କୁ ଦେଖିଛନ୍ତି। ସେମାନଙ୍କ ପାଇଁ ନାରାବାଜୀ କରି…

Read More