ପୁଣି ଜଳିଲା ବାଂଲାଦେଶ: ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ଗଲାଣି ୯୩ ଜଣଙ୍କ ଜୀବନ

onl4
Please follow and like us:

ପୁଣିଥରେ ଅଶାନ୍ତ ହୋଇ ଉଠିଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଆନ୍ଦୋଳନକାରୀଙ୍କ ସହ ପୁଲିସ୍‌ର ମୁହାଁମୁହିଁ ହୋଇଛି। ହସନାଙ୍କ ଦଳର ଲୋକମାନେ ମଧ୍ୟ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାରୁ ସ୍ଥିତି ବେକାବୁ ହୋଇଛି। ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।

ବିକ୍ଷୋକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲୁହ ବୁହା ଗ୍ୟାସ ଓ ଷ୍ଟନ ଗ୍ରେନେଡ ମାଡ଼ କରିଛି। ତଥାପି ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରି ପ୍ରଧାନମନ୍ତ୍ରୀ ହସିନାରଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି।

ସ୍ଥିତି ଅଣୟାତ୍ତ ହେଉଥିବାରୁ ସରକାର ଦେଶବ୍ୟାପୀ ଆଜି ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲାଗୁ କରିଛନ୍ତି। ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *