ବାଂଲାଦେଶରେ ଅଭାବନୀୟ କାଣ୍ଡ: ସୁପ୍ରିମକୋର୍ଟ ଘେରିଗଲେ ଦଙ୍ଗାକାରୀ: ଇସ୍ତଫା ଦେଲେ ପ୍ରଧାନ ବିଚାରପତି

onl1
Please follow and like us:

ଢାକା: ବାଂଲାଦେଶରେ ହସିନା ସରକାରର ପତନ ଏବଂ ନୂଆ ଅନ୍ତରୀଣ ସରକାର ଗଠନ ହେବାପରେ ବାଂଲାଦେଶ ପ୍ରଧାନ ବିଚାରପତି ଓବେଦୁଲ ହସନ ଆଜି ଇସ୍ତଫା ଦେଇଛନ୍ତି। ଦଙ୍ଗାକାରୀଙ୍କ ପ୍ରବଳ ଚାପରେ ଓବେଦୁଲ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି। ୬୫ ବର୍ଷୀୟ ବିଚାରପତି ଓବେଦୁଲ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କୁ ତାଙ୍କ ଇସ୍ତଫ‌ାପତ୍ର ପଠାଇଛନ୍ତି। ପ୍ରଧାନ ବିଚାରପତିଙ୍କ ଇସ୍ତଫାପତ୍ର ଆଇନ ମନ୍ତ୍ରାଳୟରେ ପହଞ୍ଚି ସାରିଛି ବୋଲି ଦେଶର ସଂସଦୀୟ ବ୍ୟାପାର ପରାମର୍ଶଦାତା ଅସିଫ ନଜରୁଲ୍‌ ଏକ ଭିଡିଓ ବାର୍ତ୍ତା ଦେଇ ସ୍ପଷ୍ଟ କରିଛନ୍ତି। ଆଜି ସକାଳୁ ଦଙ୍ଗାକାରୀମାନେ ସୁପ୍ରିମ‌କୋର୍ଟକୁ ଘେରିଯିବା ସହ ପ୍ରଧାନ ବିଚାରପତିଙ୍କୁ ଚରମ ଚେତାବନୀ ଦେଇ କହିଥିଲେ ଯଦି ସେ ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି ଇସ୍ତଫା ନଦିଅନ୍ତି ତେବେ ସେମାନେ ସେମାନଙ୍କ ଘରେ ଭଙ୍ଗାରୁଜା କରିବେ।

ପ୍ରଧାନ ବିଚାରପତି ଏକ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ପାଇଁ ସମନ କରିଛନ୍ତି ବୋଲି ଜଣାପଡ଼ିବା ପରେ ହଜାର ହଜାର ବିକ୍ଷୋଭକାରୀ କୋର୍ଟ ପରିସରରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟକୁ ସୁରକ୍ଷା ଦେବାପାଇଁ ସେନା ମଧ୍ୟ ମୁତୟନ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଅବଦୁଲ ମୁକଦ୍ଦିମ ନାମକ ଜଣେ ଆନ୍ଦୋଳନକାରୀ କହିଛି ଯେ ଅନ୍ତରୀଣ ସରକାରକୁ ବେଆଇନ ଘୋଷଣା କରିବାପାଇଁ ପ୍ରଧାନ ବିଚାରପତିଙ୍କ ଦ୍ବାରା ଏକ ନୂଆ ଷଡ଼୍‌ଯନ୍ତ୍ର କରାଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *