ବାର୍ଡଫ୍ଲୁ : କିଛି ଦିନ ଚିକେନ୍ ନଖାଇବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

onl4
Please follow and like us:

ରାଜ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହେବାପରେ ଆଗାମୀ କିଛିଦିନ ପାଇଁ ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି । ତେବେ ଆତଙ୍କିତ ହେବାର କୌଣସି କାରଣ ନାହିଁ, ସରକାର ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଯାହା ପଦକ୍ଷେପ ନେବା ଦରକାର ତାହା ନେଉଛନ୍ତି ବୋଲି ସେ କହିଛନ୍ତି ।

ଡାକ୍ତର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ବାର୍ଡଫ୍ଲୁ ଆସିଛି ଓ ତାକୁ ଆମେ ସଫଳତାର ସହ ମୁକାବିଲା କରିଛୁ । ତେଣୁ ଏବେ ପିପିଲି ଅଂଚଳରେ ବ୍ୟାପିଥିବା ବାର୍ଡଫ୍ଲୁ ପାଇଁ ଆତଙ୍କିତ ହୁଅନ୍ତୁ ନାହିଁ । ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ  ପୁରୀ ଜିଲ୍ଲାତମାମ ପ୍ରତିଷେଧକମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି । ବାର୍ଡଫ୍ଲୁ ଯେଭଳି ଅଧିକ ନବ୍ୟାପିବ ସେଥିପାଇଁ ଭେଟେନାରୀ ବିଭାଗ କାର୍ଯ୍ୟ କରୁଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଜ୍ୱର ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସର୍ଭେଲାନ୍ସରେ ରଖାଯାଇଛି । ଏହାର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ପ୍ରଭାବିତ ଅଂଚଳକୁ ରାପିଡ୍ ରେସପନ୍ସ ଟିମ୍ ପଠାଯାଇଛି । ଭାରତ ସରକାରଙ୍କ ପ୍ରୋଟୋକଲ ଅନୁସାରେ ପ୍ରଭାବିତ ଅଂଚଳରେ ଯାହା ପଦକ୍ଷେପ ନିଆଯିବା କଥା ସେସବୁ ମଧ୍ୟ କରାଯାଉଛି । ପୁରୀ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ସମସ୍ତ ତଦାରଖ କରାଯାଉଛି । କୁକୁଡ଼ା ଫାର୍ମ ସଂସ୍ପର୍ଶରେ ମଣିଷ ଯେତେ କମ୍ ଆସିବ ଏହା ବ୍ୟାପିବାର ଆଶଙ୍କା ମଧ୍ୟ ସେତେ ହ୍ରାସ ପାଇବ ।

Please follow and like us:

Leave a Reply

Your email address will not be published. Required fields are marked *