ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିଲା: ବିଜେପି, ଡବଲ ଇଞ୍ଜିନ ସରକାର ଡବଲ ନିରାଶ କଲା: ବିଜେଡି

on6
Please follow and like us:

ବିଜେଡିର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଟରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୪୦ରୁ ଅଧିକ ଲୋକପ୍ରିୟ ଯୋଜନାର କପିପେଷ୍ଟ । କେବଳ ନାମ ପରିବର୍ତ୍ତନ ହୋଇଛି । ବହୁ ପ୍ରଚାରିତ ସୁଭଦ୍ର ଯୋଜନାରେ ରାଜ୍ୟର ସମସ୍ତ ମହିଳା ଲାଭାନ୍ୱିତ ହେବା ଆଶା କ୍ଷୀଣ । କାରଣ ମାତ୍ର ୧୦ହଜାର କୋଟି ଟଙ୍କା ଆବଂଟନ ହୋଇଥିବାରୁ ୨୦ଲକ୍ଷ ମହିଳାଙ୍କୁ ଏହି ସୁବିଧା ମିଳିପାରିବ । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ଭତ୍ତାକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବାକୁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେବଳ ୮୦ବର୍ଷ ବୟସରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ମାସିକ ପେନସନ୍ ବୃଦ୍ଧି ହୋଇଛି । ଅର୍ଥନୀତିକ ଦୂରଦୃଷ୍ଟି ବଜେଟରେ ଦୃଶ୍ୟମାନ ହୋଇନି । ରୋଜଗାର, ଶିଳ୍ପ, ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଆଦି ବିଷୟରେ ବଜେଟରେ କିଛି ନାହିଁ । ଡବଲ ଇଞ୍ଜିନ ସରକାରର ଏହି ବଜେଟ୍ ରାଜ୍ୟବାସୀଙ୍କୁ ଡବଲ ନିରାଶ କରିଛି ବୋଲି ବିଜେଡି କହିଛି ।

ରାଜ୍ୟର ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଆଗତ କରିବା ପରେ ବିରୋଧୀ ବିଜେଡି ଏହାକୁ ନୈରାଶ୍ୟଜନକ ବୋଲି କହିଛି । ତେବେ ବିଜେପି ଏହାକୁ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିଲା ବୋଲି କହିଛି ।

Please follow and like us:

Leave a Reply

Your email address will not be published. Required fields are marked *