
ନେପାଳରେ ନଦୀକୁ ଖସିଲା ବସ୍; ୧୪ ଭାରତୀୟ ମୃତ
ନେପାଳରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪୦ ଭାରତୀୟ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍ ନଦୀକୁ ଖସି ପଡ଼ିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାୟ ୪୦ ଭାରତୀୟ ଯାତ୍ରୀ ପୋଖରାର ଏକ ରିସର୍ଟରେ ଥିଲେ। ସେମାନଙ୍କୁ ଧରି ବସ୍ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ମାତ୍ର ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍ଟି ମାର୍ସାଙ୍ଗଗଡ଼ି ନଦୀକୁ ଖସି ପଡ଼ିଥିଲା। ଖବର ପାଇ ନେପାଳ ପ୍ରଶାସନ ପକ୍ଷରୁ ତୁରନ୍ତ…