onl1

୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆଜି ହେଉଛି ସେହି ଶୁଭ ମୁହୂର୍ତ୍ତ ଯେତେବେଳେ ଆମେ ସ୍ମରଣ କରୁଛୁ ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଯେଉଁମାନେ ଜୀବନସାରା ସଂଘର୍ଷ କରିଛନ୍ତି, ଯେଉଁମାନେ ଫାଶୀ ଉପରକୁ ଚଢ଼ିଛନ୍ତି ଏବଂ ଭାରତ ମାତାର ଅସଂଖ୍ୟ ପୁତ୍ର ଭାରତ ମାତା…

Read More
onl4

ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ

ଆସନ୍ତା ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି। ହିଣ୍ଡେନବର୍ଗ ପକ୍ଷରୁ ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଛି। ତେଣୁ ତାଙ୍କୁ ସରକାର ସେବି ମୁଖ୍ୟ ପଦରୁ ହଟାନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୂର୍ବରୁ କଂଗ୍ରେସ ସେବି ମୁଖ୍ୟ ଓ ଆଦାନି ଗ୍ରୁପ…

Read More
onl3

ରାଜସ୍ଥାନରେ ବର୍ଷା ବିତ୍ପାତ, ୨ ଦିନରେ ୨୬ ମୃତ: ୟୁପିର ୩୩ ଜିଲ୍ଲାରେ ବନ୍ୟା

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ମଧ୍ୟରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜୟପୁର ସମେତ ୪ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ରାଜସ୍ଥାନର ଟଙ୍କରେ ଥିବା ଜୟପୁର-କୋଟା ଜାତୀୟ ରାଜପଥ-୫୨ରେ ଅନେକ ସ୍ଥାନରେ ୨ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଛି। ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ସେହିଭଳି ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ଗଙ୍ଗା ଓ ଯମୁନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

Read More
onl3

ପ୍ରଧାନମନ୍ତ୍ରୀଙ୍କ ୱାୟନାଡ଼ ଗସ୍ତ: ଅସାଧାରଣ ବିପର୍ଯ୍ୟୟ, ସବୁ ସହାୟତା ମିଳିବ

ଭୂସ୍ଖଳନରେ ଛାରଖାର ହୋଇ ଯାଇଥିବା କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୱାୟନାଡର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।   ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ୱସ୍ତ ବିଧ୍ୱସ୍ତ ଅଞ୍ଚଳ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ। ଧ୍ୱସ୍ତସ୍ତୁପ ପାଲଟିଥିବା ପୁଞ୍ଚୁରି ମାଟମ୍, ମୁଣ୍ଡାକାଇ ଓ ଚୁରୁଲମାଲା ଅଞ୍ଚଳର ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ…

Read More
onl2

୧୭ ମାସ ପରେ ନ୍ୟାୟ ମିଳିଲା: ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଦିଆ ଗତକାଲି ଜେଲ୍‌ରୁ ମୁକୁଳିବାପରେ ଆଜି ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ସି‌ସୋ‌ଦିଆ କହିଛନ୍ତି, ତାଙ୍କୁ ୭ରୁ ୮ ମାସ ମଧ୍ୟରେ ନ୍ୟାୟ ମିଳିବ ବୋଲି ଆଶା ଥିଲା କିନ୍ତୁ ଏଥିପାଇଁ ୧୭ ମାସ ଲାଗିଗଲା। ଆପ୍‌ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ସିସୋଦିଆ ସୁପ୍ରିମକୋର୍ଟ ରାୟକୁ ପ୍ରଶଂସା କରି କହିଛନ୍ତି, ଏକଛତ୍ରବାଦକୁ…

Read More
onl5

ମୁଣ୍ଡପିଛା ଆୟ ନେଇ ବିଶ୍ବବ୍ୟାଙ୍କ ରିପୋର୍ଟ: ଆମେରିକାର ଚଉଠେ ହେବାକୁ ଭାରତକୁ ୭୫ ବର୍ଷ‌ ଲୋଡ଼ା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଭାରତକୁ ବ୍ୟଥିତ କରିବା ଭଳି ରିପୋର୍ଟ ବିଶ୍ବବ୍ୟାଙ୍କ ପ୍ରକାଶ କରିଛି। ଆମେରିକା ଅର୍ଥନୀତି ସହ ସମାନ ହେବା କଥା ଛାଡ଼ ଭାରତୀୟଙ୍କ ମୁଣ୍ଡପିଛା ଆୟ ଆମେରିକୀୟଙ୍କ ମୁଣ୍ଡପିଛା ଆୟର ଚ‌ଉଠେ ‌ବା ଏକ ଚତୁର୍ଥାଂଶ ହେବାକୁ ୭୫ ବର୍ଷ ସମୟ ଲାଗିବ। ଭାରତ ସମେତ ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଆଦି ଦେଶ ଉଚ୍ଚ ଆୟବର୍ଗର ଦେଶ ହେବା କ୍ଷେତ୍ରରେ…

Read More
onl3

ଅଲିମ୍ପିକ୍ସ : କ୍ବାର୍ଟର ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ହାରିଲେ ଦୀପିକା କୁମାରୀ

ପ୍ୟାରିସ୍ ଅଲିମ୍ପିକ୍ସରେ ପୁଣି ଥରେ ନିରାଶ ହୋଇଛି ଭାରତ । ତୀରନ୍ଦାଜୀ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଭାରତର ଦୀପିକା କୁମାରୀ ପରାଜିତ ହୋଇ ପଦକ ଦୌଡ଼ରୁ ବାହାରି ଯାଇଛନ୍ତି । ସେ ଦକ୍ଷିଣ କୋରିଆର ସୁ ୟୋ ନେମଙ୍କଠାରୁ ୬-୪ରେ ପରାଜିତ ହୋଇଛନ୍ତି । ଦୀପିକା କୁମାରୀ ସେଟ୍ କୁ ସେ ୨୮-୨୬ରେ ଜିତିନେଇଥିଲେ। ଦ୍ବିତୀୟ ସେଟ୍ ରେ କୋରିଆର ଏହି ଖେଳାଳି ପ୍ରତ୍ୟାବର୍ତ୍ତନ କରି ୨୮-୨୫ରେ ବିଜୟୀ ହୋଇଥିଲେ। ସେହିପରି ୩ୟ ସେଟରେ ସୁ ୟୋ…

Read More
onl1

ନୀତୀଶ କୁମାରଙ୍କ ଜୀବନ ପ୍ରତି ବିପଦ: ସିଏମ୍ ଅଫିସ୍‌କୁ ବୋମାରେ ଉଡ଼ାଇବାକୁ ଧମକ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଖବର ଅନୁଯାୟୀ, ଅଲ୍ କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏକ ଇମେଲ ପଠାଇ ଏହି ଧମକ ଦିଆଯାଇଛି। ବିହାର ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି। ସଚିବାଳୟ ପୁଲିସ୍ ଷ୍ଟେସନର ଏସ୍‌ଏଚ୍‌ଓ ସଞ୍ଜୀବ କୁମାରଙ୍କ ଅଭିଯୋଗ ଅଧାରରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ର ସୂଚନାନୁସାରେ, ଜୁଲାଇ ୧୬ରେ ସିଏମ୍‌ଓର ଅଫିସିଆଲ ମେଲ ଆଇଡିରେ…

Read More
on5

ମୋ ବିରୋଧରେ ଇଡି ଚଢ଼ଉ ପାଇଁ ଯୋଜନା ହୋଇଛି: ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦାବି କରିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କ ବିରୋଧରେ ଚଢ଼ଉ ପାଇଁ ଯୋଜନା କରିଥିବା ସେ କେତେକ ଭିତିରି ସୂତ୍ରରୁ ଜାଣିପାରିଛନ୍ତି। ଲୋକସଭାରେ କେନ୍ଦ୍ର ବଜେଟ୍‌-୨୦୨୪ ଉପରେ ଆଲୋଚନା ସମୟରେ ‘ଚକ୍ରବ୍ୟୁହ’ ଭାଷଣ ପାଇଁ ତାଙ୍କ ବିରୋଧରେ ଏହି ଯୋଜନା ହୋଇଥିବା ରାହୁଲ ଦାବି କରିଛନ୍ତି। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଏପରିକି ସେମାନଙ୍କୁ ଚା’…

Read More
on4

ବର୍ଷା ଓ ଭୂସ୍ଖଳନରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଗଲାଣି ୨୩ ଜୀବନ

ଲ‌କ୍ଷ୍ନୌ: ଉତ୍ତରାଖଣ୍ଡ ଓ  ହିମାଚଳ ପ୍ରଦେଶରେ ଆକାଶଫଟା ବର୍ଷା ଓ ଭୂସ୍ଖଳନ ହେତୁ ୨୩ ଜଣଙ୍କ ଜୀବନ ଗଲାଣି। ଉତ୍ତରାଖଣ୍ଡରୁ ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ହିମାଚଳ ପ୍ରଦେଶରୁ ୮ ଜଣଙ୍କ ଜୀବନ ଯାଇଛି। ଭୂସ୍ଖଳନରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରୀ କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାରକାରୀମାନେ ହିମାଚଳ ପ୍ରଦେଶରେ ଡ୍ରୋନ୍ ନିୟୋଜିତ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭାରତୀୟ ବାୟୁସେନା (ଆଇଏଏଫ୍‌) ଚିନୁକ୍ ଏବଂ ଏମ୍‌ଆଇ୧୭ ହେଲିକପ୍ଟର ଯୋଗେ କେଦାରନାଥକୁ…

Read More