
ସିନ୍ଧୁ, ସାତ୍ତ୍ବିକ-ଚିରାଗଙ୍କ ବିଦାୟ
ପ୍ୟାରିସ୍: ଦୁଇ ଥର ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ ଭାରତର ବଡ଼ ଆଶା ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ୍ କ୍ବାର୍ଟରଫାଇନାଲ୍ରୁ ଅଶ୍ରୁଳ ବିଦାୟ ନେଇଛନ୍ତି। ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୯-୨୧, ୧୪-୨୧ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି। ଫଳରେ ଅଲିମ୍ପିକ୍ସ ହ୍ୟାଟ୍ରିକ୍ ପଦକ ସ୍ବପ୍ନ ସିନ୍ଧୁଙ୍କ ଭାଙ୍ଗିଯାଇଛି। ସେହିଭଳି ପୁରୁଷ ଯୁଗଳ ବର୍ଗରେ ସାତ୍ତ୍ବିକ-ଚିରାଗଙ୍କୁ ମାଲେସିଆ ଯୋଡ଼ି…