
ରାଜ୍ୟରେ ବୈଷୟିକ ଶିକ୍ଷାଦାନ ଠପ୍: ୩୨ ପଲିଟେକ୍ନିକ୍ରେ ୬୮୪ ଅଧ୍ୟାପକ ଓ ଟେକ୍ନିସିଆନ୍ଙ୍କ ଚୁକ୍ତି ରଦ୍ଦ
ଯାଜପୁର/ରଗଡ଼ି: ନୂତନ ସରକାରଙ୍କ ବଜେଟ୍ରେ ବୈଷୟିକ ଶିକ୍ଷାକୁ ଅନେକ ଗୁରୁତ୍ବ ଦିଆଯାଇଛି। ହେଲେ ତୃଣମୂଳରେ ବିପରୀତ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳୁଛି। ଆଜିକୁ ଏକ ମାସ ହେଲା ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ (ପଲିଟେକ୍ନିକ୍)ଗୁଡ଼ିକରେ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। ରାଜ୍ୟର ୩୨ଟି ବୈଷୟିକ ଶିକ୍ଷାନୁଷ୍ଠାନ (ସରକାରୀ ପଲିଟେକ୍ନିକ ଓ ଇଂଜିନିୟରି କଲେଜ)ରେ ୬୮୪ ଅଧ୍ୟାପକ, ଟେକ୍ନିସିଆନ୍ ନଥିବାରୁ ପାଠପଢ଼ା ହୋଇ ପାରୁନାହିଁ। ୧୦ ବର୍ଷ ହେଲା ଶିକ୍ଷାଦାନ କରିଆସୁଥିବା ଅସ୍ଥାୟୀ ଏମ୍ଟେକ୍, ବିଟେକ୍ ଅଧ୍ୟାପକ ଓ ଡିପ୍ଲୋମା…