
ଶଙ୍ଖ ଭବନକୁ ନେଇ କେଁ: ରାଜ୍ୟବାସୀଙ୍କ କେଉଁ ସ୍ୱାର୍ଥରେ ଲାଗୁଛି ଶଙ୍ଖ ଭବନ?
ଭୁବନେଶ୍ୱରର ଗଙ୍ଗନଗର ମୌଜା ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲ ପାଶ୍ୱର୍ରେ ୧.୧୮୩ଏକର ପରିମିତ ଜମିରେ ବିଜେଡିର ରାଜ୍ୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ ନିର୍ମାଣ ହୋଇଛି ।ୟୁନିଟ-୬ରେ ନିର୍ମାଣ ହୋଇଥିବା ବିଜେଡିର ମୁଖ୍ୟାଳୟ ‘ଶଙ୍ଖ ଭବନ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ମୋଟ୍ ୪ଟି ପ୍ଲଟ୍ ଯଥା ପ୍ଲଟ୍ ନଂ-୭୯୭ର ଆଂଶିକ, ୮୦୦, ୭୯୭/୮୪୯ ଏବଂ ୭୯୮ର ଆଂଶିକର ୧ଏକର ୧୮୩ଡିସିମିଲ ଜମି ବିଜେଡି ମୁଖ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ପ୍ଲଟ୍ ନଂ-୭୯୮ର କିସମ ହେଉଛି ସଡ଼କ। ସଡ଼କ…