
ପାରାଲିମ୍ପିକ୍ସରୁ ପ୍ରମୋଦ ବାଦ୍: ବିଡବ୍ଲ୍ୟୁଏଫ୍ ଦ୍ବାରା ୧୮ ମାସ ନିଲମ୍ବିତ
ଭୁବନେଶ୍ବର: ପାରା କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଜବରଦସ୍ତ ଝଟ୍କା। ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ଦେଢ଼ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ବିଶ୍ବ ବ୍ୟାଡ୍ମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁଏଫ୍)ର ‘ଆଣ୍ଟି ଡୋପିଂ ଅବସ୍ଥିତି’ ନିୟମ ପାଳନରେ ବିଫଳ ହେବାରୁ ପ୍ରମୋଦଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ପ୍ୟାରିସ୍ରେ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସରେ ପ୍ରମୋଦଙ୍କୁ ନେଇ ଯେଉଁ ସ୍ବପ୍ନ ରାଜ୍ୟବାସୀ ଦେଖୁଥିଲେ, ତାହା ଧୂଳିସାତ୍ ହୋଇଯାଇଛି। ସେ ଏବେ ମୁକୁଟ…