
ଅଲିମ୍ପିକ୍ସ ପରେ ଶ୍ରୀଜେଶ୍ଙ୍କ ଅବସର
ନୂଆଦିଲ୍ଲୀ: ଭାରତୀୟ ହକି ଦଳର କିଂବଦନ୍ତି ଗୋଲ୍ ରକ୍ଷକ ପିଆର୍ ଶ୍ରୀଜେଶ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାରିସ୍ ଅଲିମ୍ପିକ୍ସ ପରେ ଅବସର ନେବେ। ୧୮ ବର୍ଷର ଅନ୍ତର୍ଜାତୀୟ ହକି ଜୀବନରେ ପୂର୍ଣ୍ଣଛେଦ ଟାଣିବେ। ୩୬ ବର୍ଷୀୟ ଶ୍ରୀଜେଶ୍ ୩୨୮ ହକି ଟେଷ୍ଟ୍ ମ୍ୟାଚ୍ରେ ଭାରତର ପ୍ରତିନିଧିତ୍ବ କରି ଅଜସ୍ର ସଫଳତା ସାଉଁଣ୍ଟିଛନ୍ତି। ତାଙ୍କ ଅବସର ପରେ ଭାରତୀୟ ହକିରେ ଏକ ଜାଜ୍ଜ୍ବଲ୍ୟମାନ ଯୁଗର ଅବସାନ ଘଟିବ। ଶ୍ରୀଜେଶ୍ ତିନିଟି ଅଲିମ୍ପିକ୍ସ, ଏକାଧିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ…