କୋଲକାତା ହରର: ସିସିଟିଭିରୁ ଆସିଲା ସଞ୍ଜୟ ସମ୍ପର୍କରେ ସାଂଘାତିକ ତଥ୍ୟ

onl2
Please follow and like us:

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟ ସମ୍ପର୍କରେ ସିବିଆଇକୁ ମିଳିଛି ବଡ଼ ତଥ୍ୟ। ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ସଞ୍ଜୟ ଘଟଣା ଦିନ ରାତିରେ କ’ଣ କରୁଥିଲା, ସେକଥା ଜଣାପଡ଼ିଛି।

ସିବିଆଇର ମନୋବିଶ୍ଲେଷକ ଟିମ ସଞ୍ଜୟକୁ ପଶୁ ପ୍ରବୃତ୍ତି ଥିବା ଯୌନ ବିକୃତ ମଣିଷ ଭାବେ ଅଭିହିତ କରିଥିବା ବେଳେ ଆଜି ତା’ ସମ୍ପର୍କରେ ନୂଆ ସୂଚନା ଦେଇଛି। ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟା ବେଳେ ସଞ୍ଜୟ ରୟ ହସ୍ପିଟାଲରେ ବୁଲୁଥିଲା। ଏହି ସମୟରେ ସେ ବାରମ୍ବାର ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ବୁଲିବୁଲି ଚାହୁଁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି।

ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ଉକ୍ତ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ସଞ୍ଜୟକୁ ଗିରଫ କରାଯାଇଛି। ମହିଳା ଡାକ୍ତରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହା ପଛରେ ସଞ୍ଜୟ ହିଁ ଏକମାତ୍ର ସନ୍ଦିଗ୍ଧ ବୋଲି ଏଯାଏ ସିବିଆଇ କରିଥିବା ତଦନ୍ତୁ ଜଣାପଡ଼ିଛି।

ସିବିଆଇ କହିଛି ଯେ ପୀଡ଼ିତା ଜଣଙ୍କ ରାତ୍ର ଭୋଜନ ପାଇଁ କିଛି ଜୁନିୟର ଡାକ୍ତରଙ୍କ ସହ ୱାର୍ଡ ଛାଡ଼ିଥିଲେ। ସେ ରାତି ପ୍ରାୟ ୧ଟା ବେଳେ ସେମିନାର ହଲକୁ ଫେରିଥିଲେ। ଜଣେ ଜୁନିୟର ଡାକ୍ତରଙ୍କ ସେ ରାତି ପ୍ରାୟ ୨.୩୦ରେ କଥା ହେବା ପରେ ସେମିନାର ହଲ ଭିତରେ ଶୋଇ ପଡ଼ିଥିଲେ। ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ ରାତି ୧୧ଟା ବେଳେ ହସ୍ପିଟାଲ ଛାଡ଼ିଥିବା ସଞ୍ଜୟ ଭୋର ୪ଟାରେ ପୁଣି ହସ୍ପିଟାଲରେ ପ୍ରବେଶ କରୁଛି।

Please follow and like us:

Leave a Reply

Your email address will not be published. Required fields are marked *