ସ୍ବତନ୍ତ୍ର ପ୍ୟାକେଜ୍ ପାଇ ଚନ୍ଦ୍ରବାବୁ, ନୀତୀଶ ଖୁସ୍

on3
Please follow and like us:

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ ବଜେଟ୍‌କୁ ନେଇ ଖୁସି ଜାହିର କରିଛନ୍ତି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟ ପାଇଁ ଏକାଧିକ ଉନ୍ନୟନ ପ୍ରକଳ୍ପ ଘୋଷଣା କରିଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଦ୍ବାରା ଟିଡିପି ସୁପ୍ରିମୋ ନାଇଡୁ ଖୁସିବ୍ୟକ୍ତ କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବତନ୍ତ୍ର ପାହ୍ୟା ନହେଲେ ଆମେ ଯେଉଁଭଳି ଆର୍ଥିକ ପ୍ୟାକେଜ ଚାହୁଥିଲୁ ତାହା ପୂରଣ ହୋଇଛି ଏବଂ ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ସୂଚନାଯୋଗ୍ୟ, ସ୍ବତନ୍ତ୍ର ପାହ୍ୟା ପ୍ରସଙ୍ଗରେ ଉଭୟ ରାଜ୍ୟରେ ବିରୋଧୀ ଦଳମାନେ ଶାସକ ଦଳକୁ ଟାର୍ଗେଟ୍‌ କରିଥିବା ବେଳେ ଏହାକୁ ନେଇ ଏନ୍‌ଡିଏରେ ତିକ୍ତତା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆଜି ବଜେଟ୍‌ରେ ଉଭୟ ରାଜ୍ୟପାଇଁ ସ୍ବତନ୍ତ୍ର ଘୋଷଣା ବିରୋଧୀ ଦଳଙ୍କୁ ସେମାନଙ୍କ ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ରାଜଧାନୀ ପ୍ରକଳ୍ପ ପାଇଁ ବଜେଟରେ ୧୫ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିବାରୁ ଏହା ନାଇଡ଼ୁଙ୍କ ସ୍ବପ୍ନର ପ୍ରକଳ୍ପକୁ ସାକାର କରିବାରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ନିମନ୍ତେ ବିଜେପିକୁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସାହାଯ୍ୟ କରିବାର ଏକ ମାସ ପରେ ମୋଦୀ ୩.୦ର ବଜେଟ୍ ୨୦୨୪ରେ ସେମାନଙ୍କ ଅଭାବୀ ରାଜ୍ୟ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।

ଏଥିପାଇଁ ସରକାର ୨୬୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହାବ୍ୟତୀତ ବକ୍ସର ଜିଲ୍ଲାରେ ଗଙ୍ଗା ଉପରେ ୨ ଲେନ୍ ବିଶିଷ୍ଟ ସେତୁ ନିର୍ମାଣ କରାଯିବ। ଭାଗଲପୁରର ପିରପାଇଣ୍ଟିଠାରେ ୨୪୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ପ୍ଲାଣ୍ଟ୍ ନିର୍ମାଣ କରିବାକୁ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ବିକାଶ ପାଇଁ ପାଣ୍ଠିକୁ ତ୍ୱରାନ୍ୱିତ କରିବା ଲାଗି ବିହାର ସରକାରଙ୍କ ଅନୁରୋଧ ରକ୍ଷା କରାଯିବ ବୋଲି ସୀତାରମଣ କହିଛନ୍ତି। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିହାରର ଗୟା ଓ ରାଜଗିରଠାରେ ମନ୍ଦିର କରିଡର ବିକଶିତ କରିବାକୁ ମଧ୍ୟ କେନ୍ଦ୍ର ଯୋଜନା ପ୍ରସ୍ତୁତ କରିଛି। ବନ୍ୟାରୁ ରାଜ୍ୟକୁ ରକ୍ଷା କରିବା ପାଇଁ ୧୧,୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ସହ ବନ୍ୟା ନିୟନ୍ତ୍ରଣ ଢାଞ୍ଚା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *