ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

on1
Please follow and like us:

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବା ହେତୁ ରାଜ୍ୟର ଅଧିକାଂଶ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି।

ଏଣେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ୨୦ହଜାରରୁ ଉର୍ଦ୍ଧ୍ବ କାଉଡିଆଙ୍କ ଭିଡ଼ ଲାଗିଛି। ଗତକାଲି ରବିବାର ମଧ୍ୟରାତ୍ରରୁ ଏଯାଏ କାଉଡିଆମାନେ ମଣିବାବାଙ୍କ ଉପରେ ଜଳଲାଗି କରୁଛନ୍ତି। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ ଜମିଛି। କଂକ୍ରିଟ ପୋଲ ଉପରେ ଆସି ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ସମିତି ପକ୍ଷରୁ ଭୋର୍ ୪ଟା ରେ ପହଡ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ ସହିତ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ପରେ ଶ୍ରଦ୍ଧାଳୁମାନଙ୍କୁ ଜଳଲାଗି କରିବା ପାଇଁ ସୁଯୋଗ ଦିଆଯାଇଥିଲା। ଚଳିତ ବର୍ଷ ଧବଳେଶ୍ଵର ପୀଠକୁ ପ୍ଲାଷ୍ଟିକ ଘଡି ବନ୍ଦ କରାଯାଇଥିବାରୁ କାଉଡ଼ିଆମାନେ ମାଟି ଏବଂ ପିତଳ ଘଡିରେ ଜଳ ଆଣି ଜଳଲାଗି କରିଥିଲେ। ପୁଲିସ ପ୍ରଶାସନ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇ ଭକ୍ତମାନଙ୍କୁ ସୁବିଧାରେ ଦର୍ଶନ କରିବା ନିମନ୍ତେ ସୁଯୋଗ ଦିଆଯାଇଥିଲା।

କାଉଡିଆଭକ୍ତଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ। ତାହାସହ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଡଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଜଳପଥରେ ଆସୁଥିବା କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *