ବାଂଲାଦେଶରେ କର୍ଫ୍ୟୁ ଲାଗୁ, ଗଲାଣି ୧୦୫ ଜୀବନ

on5
Please follow and like us:

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ବେକାବୁ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଯବାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଉଛି।

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ଏହି ଆନ୍ଦୋଳନରେ ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ୨୫ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ଦେଶରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଶେଖ ହସିନାଙ୍କ ସରକାର। ଫଳରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି।

ବାଂଲାଦେଶରେ ସାର୍ବଜନୀନ ସ୍ଥଳୀରେ ହେଉଥିବା ସବୁ ସଭା, ସମିତି ଓ ରାଲି ଉପରେ ରୋକ୍‌ ଲଗାଯାଇଛି। ଦେଶର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏପରି କଠୋର ପଦକ୍ଷେପ ଉଠାଯାଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରବକ୍ତା କହିଛନ୍ତି। ସରକାରଙ୍କ ବହୁ ପଦକ୍ଷେପ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇ ଦେଉଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *