ଦିଲ୍ଲୀକୁ ଫେରିଲା ଡେଙ୍ଗୁ ଆତଙ୍କ: ୨ ଆକ୍ରାନ୍ତଙ୍କ ଜୀବନ ଗଲା

dengue
Please follow and like us:

ନୂଆଦିଲ୍ଲୀ: ଦିଲ୍ଲୀକୁ ପୁଣି ଥରେ ଡେଙ୍ଗୁ ଫେରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ଅନୁଯାୟୀ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଲୋକ ନାୟକ ହସ୍ପିଟାଲରେ ଘଟିଛି। ସେହିପରି  ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସଫଦରଜଙ୍ଗ ହସ୍ପିଟାଲରେ ହୋଇଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାର ନିୟନ୍ତ୍ରଣ ନ କଲେ ହୁଏତ ଆଗାମୀ ଦିନରେ ଏହା ମହାମାରୀର ରୂପ ନେବାର ଆଶଙ୍କା ରହିଥିବା ବିଶେଷଜ୍ଞ କହିଛନ୍ତି। 

ସୂତ୍ରରୁ ପ୍ରକାଶ ଯେ ଅଗଷ୍ଟ ମାସରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଥିଲା। ନଜାଫଗଡ ଅଞ୍ଚଳରେ ସର୍ବାଧିକ ୧୦୩ ଟି ମାମଲା ରୁଜୁ ହୋଇଥିଲା। ଏହା ପରେ ଶାହାଦରା ଉତ୍ତର ପ୍ରଦେଶରେ ୮୪ ଟି ମାମଲା ରୁଜୁ ହୋଇଥିଲା। ଏହା ସହିତ ଜାନୁଆରୀ ୧ ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ୨୬୦ ମ୍ୟାଲେରିଆ ଏବଂ ୩୨ଟି ଚିକୁଙ୍ଗୁନିଆ ମାମଲା ମଧ୍ୟ ରିପୋର୍ଟ ହୋଇଥିଲା।

ମଶା ଜନିତ ରୋଗ ଡେଙ୍ଗୁ ଯୋଗୁ ମୃତ୍ୟୁର ପ୍ରଥମ ମାମଲା ରବିବାର ଦିନ ପ୍ରକାଶ ପାଇଥିଲା। ଡେଙ୍ଗୁରେ ପୀଡିତ ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଗତ ସପ୍ତାହରେ ଲୋକ ନାୟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଅଧିକାରୀମାନେ କହିଛନ୍ତି। ଦ୍ୱିତୀୟ ମୃତ୍ୟୁ ସଫଦରଜଙ୍ଗ ହସ୍ପିଟାଲରେ ଘଟିଥିଲା। ସଂକ୍ରମଣର ଗମ୍ଭୀରତା କମ୍ ବୋଲି ଡାକ୍ତରମାନେ କହିଛନ୍ତି, କିନ୍ତୁ ମୌସୁମୀ ଋତୁରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏଥର ମାମଲା ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଶନିବାର ଦିନ ଗତ ୨୪ଘଣ୍ଟା ମଧ୍ୟରେ ୧୫ଜଣ ଡେଙ୍ଗୁ ରୋଗୀ ଏବଂ ସନ୍ଦିଗ୍ଧ ରୋଗୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁଲାଇ ୧ ରୁ ଏଠାରେ ମୋଟ ୭୦ ରୋଗୀଙ୍କୁ ଭର୍ତ୍ତି କରାଯାଇଛି।

Please follow and like us:

Leave a Reply

Your email address will not be published. Required fields are marked *