ମୋ ବିରୋଧରେ ଇଡି ଚଢ଼ଉ ପାଇଁ ଯୋଜନା ହୋଇଛି: ରାହୁଲ

on5
Please follow and like us:

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦାବି କରିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କ ବିରୋଧରେ ଚଢ଼ଉ ପାଇଁ ଯୋଜନା କରିଥିବା ସେ କେତେକ ଭିତିରି ସୂତ୍ରରୁ ଜାଣିପାରିଛନ୍ତି। ଲୋକସଭାରେ କେନ୍ଦ୍ର ବଜେଟ୍‌-୨୦୨୪ ଉପରେ ଆଲୋଚନା ସମୟରେ ‘ଚକ୍ରବ୍ୟୁହ’ ଭାଷଣ ପାଇଁ ତାଙ୍କ ବିରୋଧରେ ଏହି ଯୋଜନା ହୋଇଥିବା ରାହୁଲ ଦାବି କରିଛନ୍ତି। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ଏପରିକି ସେମାନଙ୍କୁ ଚା’ ଓ ବିସ୍କୁଟ୍‌ ଦେଇ ସ୍ବାଗତ କରିବେ ବୋଲି କହିଛନ୍ତି।

 ଏକ୍ସରେ ଏକ ପୋଷ୍ଟ୍‌ କରି ରାହୁଲ କହିଛନ୍ତି, ‘ଟୁ ଇନ୍‌ ୱାନ୍‌’ଙ୍କୁ ମୋ ଚକ୍ରବ୍ୟୁହ ଭାଷଣକୁ ପସନ୍ଦ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଜୁଲାଇ ୨୯ ତାରିଖରେ ରାହୁଲ ଲୋକସଭାରେ ବଜେଟ୍‌ ଆଲୋଚନାରେ ଭାଗ ନେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ। ମୋଦୀ ଭାରତୀୟଙ୍କୁ ‘ଚକ୍ରବ୍ୟୁହ’ରେ ଫସାଇ ଦେଇଛନ୍ତି ବୋଲି ସେ କହିଥିଲେ। ରାହୁଲ କହିଥିଲେ ଅଭିମନ୍ୟୁଙ୍କୁ ଯେମିତି କୁରୁକ୍ଷେତ୍ରରେ ୬ ଜଣ ବ୍ୟକ୍ତି ବଦ୍ଧ କରି ମାରିଥିଲେ। ଏବେ ମଧ୍ୟ ଠିକ୍‌ ସେମିତି ୬ ଜଣ ବ୍ୟକ୍ତି ଦେଶକୁ କବଳିତ କରିଛନ୍ତି। ଚକ୍ରବ୍ୟୁହର କେନ୍ଦ୍ରରେ ଥିବା ଏହି ୬ ଜଣ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୋହନ ଭାଗବତ, ଅଜିତ ଡୋଭଲ , ଅମ୍ବାନି ଏବଂ ଆଦାନି। ରାହୁଲ କହିଛନ୍ତି ସରକାର ଯେଉଁ ଚକ୍ରବ୍ୟୁହ ତିଆରି କରିଛନ୍ତି ତାଦ୍ବାରା କୋଟି କୋଟି ଲୋକଙ୍କର କ୍ଷତି ହେଉଛି। ଅଗ୍ନିପଥ ଚକ୍ରବ୍ୟୁହରେ ଯୁବବର୍ଗ ଫସିଯାଇଛନ୍ତି ବୋଲି ରାହୁଲ କହିଥିଲେ।

Please follow and like us:

Leave a Reply

Your email address will not be published. Required fields are marked *