ପ୍ରଥମ ଦିନିକିଆ: ଶ୍ରୀଲଙ୍କା ୨୩୦/୭, ଭାରତ ୨୩୦/୧୦

on2
Please follow and like us:

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ଆଶ୍ଚର୍ଯ୍ୟଜନକ ଭାବେ ଟାଇରେ  ଶେଷ ହୋଇଛି। ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ୭ ୱିକେଟ ହରାଇ ୨୩୦ ରନ କରିଥିଲା। ଏହାର ଜବାବରେ ଭାରତ ୪୭.୫ ଓଭରରେ ସମସ୍ତ ୱିକେଟ ହରାଇ ସମାନ ୨୩୦ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍‌ ଟାଇ ହୋଇଯାଇଛି।

ଶ୍ରୀଲଙ୍କାର ସ୍ପିନ ଯାଦୁରେ ଫସି ଭାରତୀୟ ବ୍ୟାଟର ଚିତପଟାଙ୍ଗ ମାରିଛନ୍ତି। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ପ୍ରଥମେ ୨୫ ରନ କରି ଶିବମ ଦୁବେ ଆଉଟ ହୋଇଥିଲେ।

ଏହାପରେ ପ୍ରଥମ ବଲରେ ଅର୍ଶଦୀପ ଆଉଟ ହୋଇଯିବାରୁ ଭାରତ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଛି। ଦୁଇଟି ବଲରେ ଦୁଇଟି ୱିକେଟ ନେଇ ଶ୍ରୀଲଙ୍କାର ନୂଆ ଅଧିନାୟକ ଚରିତ ଅସଲଙ୍କା କମାଲ କରିଛନ୍ତି।

ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ଦିନୁତ ୱେଲାଲାଗେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ଅପରାଜିତ ୬୭ ରନ କରିଥିବା ବେଳେ ବୋଲିଂରେ ୨ଟି ୱିକେଟ ମଧ୍ୟ ନେଇଛନ୍ତି। ତାଙ୍କ ବ୍ୟତୀତ ୱାନିନ୍ଦୁ ହସରଙ୍ଗା ଓ ଅସଲଙ୍କା ୩ଟି ଲେଖାଏ ସଫଳତା ପାଇଛନ୍ତି। ଅକିଳା ଧନଞ୍ଜୟ ଓ ଅସିତ ଫର୍ଣ୍ଣାଣ୍ଡୋଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

୨୩୧ ରନର ଟାର୍ଗେଟ ପାଇଥିବା ଭାରତକୁ ରୋହିତ ଶର୍ମା ଓ ଶୁବମନ ଗିଲ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ୱେଲାଲାଗେ ୧୬ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ରୋହିତ ଶର୍ମା ୫୮ କରି ୱେଲାଲାଗେଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବିରାଟ କୋହଲି ୨୪, ୱାଶିଂଟନ ସୁନ୍ଦର ୫ ଓ ଶ୍ରେୟସ ଆୟର ୨୩ ସମସ୍ତଙ୍କୁ ନିରାଶ କରିଥିଲେ।

Please follow and like us:

Leave a Reply

Your email address will not be published. Required fields are marked *