ତୃତୀୟ ଥର ପାଇଁ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

onl4
Please follow and like us:

ଭୁବନେଶ୍ୱର: ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ କରାଯିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ଓଡିଶାରୁ ବାଳକ ବର୍ଗରେ ୨୧ ଜଣ ଏବଂ ବାଳିକା ବର୍ଗରେ ୧୮ ଜଣ ତଥା ସର୍ବମୋଟ୍ ୩୯ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଉଛନ୍ତି।

କ୍ରୀଡା କ୍ଷେତ୍ରରେ ବିକାଶ ଆଣିବା, କ୍ରୀଡ଼ାବିତ୍‌ ମାନଙ୍କୁ ଉଚ୍ଚକୋଟୀର ର ପ୍ରଶିକ୍ଷଣ ପ୍ରଦାନ କରିବା ତଥା ଓଡ଼ିଶାରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାମାନ ଆୟୋଜନ କରି କ୍ରୀଡାବିତ୍‌ ମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍‌। ତୃତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜନ ହେବା ଆମ ସମସ୍ତ ଓଡ଼ିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

Please follow and like us:

Leave a Reply

Your email address will not be published. Required fields are marked *