ଆଳୁ ପାଇଁ ମମତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚିଠି

on1
Please follow and like us:

ଆଳୁ ଦର ବଢିବା ପରେ ରାଜ୍ୟର ଖାଉଟିମାନେ ଏବେ ଚିନ୍ତାରେ । ରୋଷେଇ ଘରେ ସତେ ଯେମିତି ଚଡକ ପଡିବା ଆରମ୍ଭ ହେଲାଣି । ଆଜି ରପ୍ତାନୀ ଅନୁମତି ନପାଇ ଓଡ଼ିଶା ସୀମାରେ ଅଟକିଥିବା ଶତାଧିକ ଆଳୁଟ୍ରକ ପଶ୍ଚିମବଙ୍ଗ ଫେରିଯାଇଛି । ଏହି ଖବର ପାଇବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ।

“”ପଟ୍ଟନାୟକ ନିଜ ଚିଠିରେ କହିଛନ୍ତି,
“ଆପଣ ଜାଣନ୍ତି, ଆଳୁ ଆମ ଲୋକଙ୍କ ପାଇଁ ଏକ ଜରୁରୀ ପଦାର୍ଥ। ବର୍ଷା ଯୋଗୁଁ ଓଡ଼ିଶାର ବଜାରରେ ଆଳୁ ଯୋଗାଣ ହ୍ରାସ ପାଇଛି, ଫଳସ୍ୱରୂପ ଆଳୁର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିଛି।””

ସୂଚନା ମୁତାବକ, ତୁରନ୍ତ ବୁଝାମଣା କରି ସମାଧାନ ପାଇଁ ଉଦ୍ୟମ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ପଶ୍ଚିମବଙ୍ଗରୁ କିପରି ଓଡ଼ିଶାକୁ ଆଳୁ ଆସିବ ସେ ଦିଗରେ ତୁରନ୍ତ ପଦକ୍ଷପ ନେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ଜଣାପଡିଛି ।

ଆପଣଙ୍କୁ କହିରଖୁଛୁ, ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଇଥିଲା ଆଳୁ ଟ୍ରକ । ଅନ୍ୟପଟେ ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମବଙ୍ଗ ଆଳୁ ନଦେଲେ ରାଜ୍ୟକୁ ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

Please follow and like us:

Leave a Reply

Your email address will not be published. Required fields are marked *