ବିସିସିଆଇକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ, ଷ୍ଟାଡିୟମରେ ତମାଖୁ ବିଜ୍ଞାପନକୁ ନା:

3
Please follow and like us:

ନୂଆଦିଲ୍ଲୀ: କ୍ରିକେଟ ଷ୍ଟାଡିୟମରେ ଆଉ ତମାଖୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। କେତେଜଣ ପୂର୍ବତନ କ୍ରିକେଟର ଓ ବଲିଉଡ ଅଭିନେତା ତମାଖୁର ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରୁଛନ୍ତି ଓ ଷ୍ଟାଡିୟମରେ ଏମାନଙ୍କର ହୋର୍ଡିଂ ବହୁଳ ଭାବେ ଦେଖାଯାଉଛି। ଭାରତରେ କ୍ରିକେଟ ଓ ବଲିଉଡ୍‌ ଯଥେଷ୍ଟ ପ୍ରଭାବ ରହିଛି। ତେଣୁ ଯୁବ ସମାଜ ଏହା ଦ୍ୱାରା ପ୍ରଭାବିତ ହୋଇ ତମାଖୁ ସେବନ କରୁଛନ୍ତି। ଏବେ ତମାଖୁ ସେବନ ବିରୋଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଭାରତର ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ଏହି ହୋର୍ଡିଂଗୁଡିକ ବହୁତ ଦେଖିବାକୁ ମିଳିଥାଏ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ବିସିସିଆଇ ବହୁଳ ଭାବେ କ୍ଷତି ସହିବ ବୋଲି ଚର୍ଚ୍ଚା ହେଉଛି।

Please follow and like us:

Leave a Reply

Your email address will not be published. Required fields are marked *