ଆଜି ଭାରତ ବନ୍ଦ; ଟ୍ରେନ, ଯାନବାହନ ଚଳାଚଳ ପ୍ରଭାବିତ

onl1
Please follow and like us:

ଆଜି ଭାରତ ବନ୍ଦ । ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ବନ୍ଦ ପ୍ରଭାବ। ପିକେଟିଂ କରି ରାସ୍ତାକୁ ଓହ୍ଲାଇଲେଣି ଆନ୍ଦୋଳନକାରୀ।

ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ଆନ୍ଦୋଳନକାରୀମାନେ ଦୁଇଟି ଟ୍ରେନକୁ ଅଟକାଇଛନ୍ତି। ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି ଆନ୍ଦୋଳନକାର।

ସେପଟେ ବଲାଙ୍ଗିର ସହରରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ କରାଯାଇଛି। ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ସ୍ଲୋଗାନ୍ ଦେଇ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀ।

Please follow and like us:

Leave a Reply

Your email address will not be published. Required fields are marked *