ଲୁସାନେ ଡାଇମଣ୍ଡ ଲିଗ୍: ଅଲିମ୍ପିକ୍ସ ପରେ ନୀରୋଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

onl4
Please follow and like us:

ପ୍ୟାରିସ୍ ଅଲିମ୍ପିକ୍ସ ପରେ ସିଜିନର ବେଷ୍ଟ ଥ୍ରୋ କରିଛନ୍ତି ଭାରତର ଜାଭଲିନ ଷ୍ଟାର୍ ନୀରଜ ଚୋପ୍ରା। ଲୁସାନେ ଡାଇମଣ୍ଡ ଲିଗ୍ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ୮୯.୪୯ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ନୀରଜ। ଏହି ଥ୍ରୋ ସହ ନୀରଜ ଡାଇମଣ୍ଡ ଲିଗର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। 

ଆସନ୍ତା ମାସରେ ବେଲଜିୟମର ବ୍ରୁସେଲ୍ସରେ ଡାଇମଣ୍ଡ ଲିଗ୍ ଖେଳାଯିବ। ତେବେ ଲୁସାନେ ଡାଇମଣ୍ଡ ଲିଗରେ ନୀରଜଙ୍କ ଥ୍ରୋ ୮୯.୪୯ ମିଟର ଥିବାବେଳେ  ଗ୍ରେନେଡାର ଆଣ୍ଡରସନ ପିଟର ୯୦.୬୧ ମିଟର ଫୋପାଡ଼ି ପ୍ରଥମ ହୋଇଛନ୍ତି। ସେହିପରି ଜର୍ମାନୀର ଜୁଲିଆନ୍ ୱେବର ୮୭.୦୮ ମିଟର ଫୋପାଡି ତୃତୀୟ ସ୍ଥାନରେ ରହିଛନ୍ତି। 

ପ୍ରଥମ ଚାରିଟି ପ୍ରୟାସରେ ନୈରାସ୍ୟଜନକ ପ୍ରଦର୍ଶନ ସହ ନୀରଜ ଚତୁର୍ଥ ସ୍ଥାନରେ ରହିଥିଲେ। ଏହାପରେ ପଞ୍ଚମ ପ୍ରୟାସରେ ସେ ନିଜର ଶକ୍ତି ପ୍ରଦର୍ଶନ କରି ଶ୍ରେଷ୍ଠ ତିନିରେ ପ୍ରବେଶ କରିଥିଲେ।

ଶେଷରେ ୮୯.୪୯ ମିଟରର ସର୍ବୋତ୍ତମ ଥ୍ରୋ ସହିତ ସିଜିନର ସର୍ବୋତ୍ତମ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜଙ୍କ ଥ୍ରୋ ଥିଲା ୮୯.୪୫ ମିଟର। 

Please follow and like us:

Leave a Reply

Your email address will not be published. Required fields are marked *